ନୂଆଦିଲ୍ଲୀ : ଉତ୍ତମ ଚିକିତ୍ସା ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଚାଟାର୍ଡ ବିମାନ ଯୋଗେ ତାଙ୍କୁ ଗୋଆରୁ ଦିଲ୍ଲୀ ଅଣାଯାଇଛି। ପାରିକରଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଅଗ୍ନାଶୟ ରୋଗରେ ପୀଡ଼ିତ ଅଛନ୍ତି ମନୋହର ପାରିକର ।
ଗତ ୬ ତାରିଖରେ ଆମେରିକାରେ ଚିକିତ୍ସା କରି ଘରକୁ ଫେରିଥିଲେ ପାରିକର । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଗୋଆର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି । ସେପଟେ ପାରିକର ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ଗୋଆର ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ କେନ୍ଦ୍ରୀୟ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ନାହିଁ।