ଅଚାନକ ପାର୍କିଂ ପାଖେ ଥିବା ଗାଡ଼ି ମାଟି ତଳେ ପୋତି ହୋଇଗଲା, ସମସ୍ତେ ଦେଖି ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ(କେନ୍ୟୁଜ): ମୁମ୍ବାଇର ଘାଟକୋପର ଇଲାକାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ଏଠାରେ ପାର୍କିଙ୍ଗ ଥିବା ଏକ କାର ଅଳ୍ପ ସମୟ ମଧ୍ୟରେ ମାଟି ତଳେ ପୋତି ହୋଇଗଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସିସି କ୍ୟାମେରା ଜରିଆରେ ଆପଣ ସମ୍ପୂର୍ଣ୍ଣ ଦୃଶ୍ୟ ଦେଖି ପାରିବେ । ଦେଖନ୍ତୁ ଏହି ଭିଡିଓ..

ଖବର ଅନୁଯାୟୀ, ମୁମ୍ବାଇର ଘାଟକୋପର ଇଲାକାର ରାମ ନିବାସ ନାମକ ସୋସାଇଟିରେ ପାର୍କିଂ ହୋଇଥିବା ଗାଡିଟି ଅଚାନକ ମାଟି ତଳେ ପୋତି ହେବାକୁ ଲାଗିଥିଲା । ସୂଜନା ମୁତାବକ ଏଠାରେ ପୂର୍ବରୁ ଏକ କୂଅ ଥିଲା । ପରେ ସୋସାଇଟିର ଲୋକମାନେ ଏହାକୁ ବନ୍ଦ କରି ଏଠାରେ ଗାଡି ପାର୍କିଂ କରିବାକୁ ଆରମ୍ଭ କଲେ । କିନ୍ତୁ ଅଧିକ ବର୍ଷା କାରଣରୁ ଏଠାରେ ଗାତ ହୋଇଯାଇଥିଲା । ଯେଉଁଠି ଏହି କାର ସମ୍ପୂର୍ଣ୍ଣ ରୂପେ ଗାତରେ ପୋତି ହୋଇ ଯାଇଥିଲା ।

ଏହି ସମୟରେ କାର ମଧ୍ୟରେ କେହି ନଥିଲେ । ତେଣୁ କାହା ଜୀବନ ହାନି ହୋଇ ନାହିଁ । କିନ୍ତୁ ପୋଲିସ ଏହି ମାମଲାକୁ ନେଇ ଅଧିକ ଯାଞ୍ଚ କରୁଛି। ଏହାକୁ ନେଇ ମୁମ୍ବାଇ ମହାନଗର ନିଗମ ନିଜ ଉପରୁ ଦୋଷ ହଟାଇଛି । ସୂଚନା ଅନୁଯାୟୀ , ଏଠାରେ ଥିବା କୂଅକୁ ଠିକ ଭାବେ ପୋତା ଯାଇନଥିଲା । ଯାହା କାରଣରୁ ଏହି ଅଘଟଣ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.