ଏହି ସ୍ଥାନରେ ମେୟର ଭାର ଗ୍ରହଣ କଲା ଏକ କୁକୁର ଶପଥ ଗ୍ରହଣ କରାଇବାକୁ ଆସିଲେ ପୋଲିସ ଓ ଜଜ

ଆମେରିକାର କୋଲୋରାଡୋ ଜର୍ଜଟାଉନରେ ପାର୍କର ଡଗ (ଧୃବୀୟ କୁକୁର)କୁ ମେୟର ବନାଇବା ଭଳି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ସେଥିପାଇଁ ବୁଧବାର ଜର୍ଜଟାଉନ କମ୍ୟୁନିଟି ସେଣ୍ଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ମେୟର ପଦର ସମସ୍ତ ଔପଚାରିକତା ପୁରଣ କରାଯାଇଥିଲା ।

ଫେବୃୟାରୀ ୧୧ ତାରିଖରେ ବୋର୍ଡର ସଦସ୍ୟ ମାନେ ମିଶି ପାର୍କରର ଚୟନ କରିଥିଲେ । ଏହି ଅବସରରେ ପୋଲିସ ଏବଂ ଜଜ ଲିନେଟ କେଲସି ଶପଥ ଗ୍ରହଣ କରାଇଥିଲେ । ସେଠାରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ କିଛି ଡଗ ଲଭର ମଧ୍ୟ ଉପସ୍ଥିତ ଥିଲେ । ତେବେ ପଦଭାର ଗ୍ରହଣ କରିବା ପାଇଁ କୁକୁରଟି ଫୁଲ ଡ୍ରେସରେ ସେଠାରେ ପହଞ୍ଚିଥିଲା ।

ଏହି ସେରିମୋନି ସମୟରେ କୁକୁରଟି ଟାଏ ସହିତ କ୍ୟାପ ଏବଂ ଚଷମା ମଧ୍ୟ ଲଗାଇଥିଲା । ତେବେ ଏହି ଆୟୋଜନର ଫଟୋ କ୍ଲିୟର କ୍ରିକ କାଉଣ୍ଟି ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ । ତେବେ ଏହି ପୋଷ୍ଟକୁ ଲୋକମାନେ ଲାଇକ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Leave A Reply

Your email address will not be published.