ପୁଣି ହେଲା ରାଫେଲ ହଙ୍ଗାମା : ଡିଲ୍ ନେଇ ଲୋକସଭାରେ ବର୍ଷିଛନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାଫେଲ ଡିଲ୍ ନେଇ ଗୃହରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଫ୍ରାନସ ସହ ରାଫେଲ ଡିଲ୍ ଅନିୟମିତା ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜବାବ ମାଗୁଛି ଦେଶ । ଅନିଲ ଅମ୍ବାନୀ ଜଣେ ବିଫଳ ବ୍ୟବସାୟୀ । ତାଙ୍କୁ କାହିଁକି ଅଫସେଟ ପାର୍ଟନର କରାଗଲା । ରାଫେଲ ବିମାନ କିଣା ନେଇ ପୁରୁଣା ଡିଲ୍କୁ କାହିଁକି ବଦଳାଗଲା । ୧୨୬ରୁ ୩୬ଟି ବିମାନର ଡିଲ୍ କାହିଁକି ହେଲା । ଏଯାଏ ଗୋଟିଏ ବି ରାଫେଲ ବିମାନ ପହଞ୍ଚିପାରିନି । ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ଦାବି ରଖିଛନ୍ତି ରାହୁଲ । ରାଫେଲ ଡିଲ୍ ସଂକ୍ରାନ୍ତ ଭିଡିଓ ଟେପକୁ ଲୋକସଭାରେ ଜାରି କରିବା ପାଇଁ କଂଗ୍ରେସକୁ ବାଚସ୍ପତି ଅନୁମତି ନଦେବାରୁ ବିରୋଧୀ ସାଂସଦମାନେ ପ୍ରବଳ ହୋହଲ୍ଲା କରିଛନ୍ତି ।

ରାଫେଲ ଡିଲ୍ ପ୍ରସଙ୍ଗରେ ରାୟର ପୁନଃସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ । ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ ଓ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ଏହି ପ୍ରସଙ୍ଗରେ ମୋଦି ସରକାର ସର୍ବୋଚ୍ଚ ଅଦଲାତଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଫେଲ ମୂଲ୍ୟ ନେଇ ସିଏଜିଙ୍କ ଯେଉଁ ରିପୋର୍ଟକୁ କୋର୍ଟ ଗ୍ରହଣ କରିଛନ୍ତି ତାହା ଚୂଡ଼ାନ୍ତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଥିପାଇଁ ଗତ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟର ପୁନଃସମୀକ୍ଷା କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି । ୩୬ଟି ଲଢୁଆ ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ମାମଲାକୁ ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

8 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

14 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago