ଦିଲ୍ଲୀ: ସରକାରୀ ଘର ଖାଲି କରିବାକୁ ପୂର୍ବତନ ସାଂସଦମାନଙ୍କୁ ନୋଟିସ, ନଚେତ କାର୍ଯ୍ୟାନୁଷ୍ଠାନର ଚୋତବନୀ

କେନ୍ୟୁଜ୍ (ବ୍ୟୁରୋ): ପୂର୍ବତନ ସାଂସଦମାନଙ୍କୁ ଚେତାବନୀ। ଦିଲ୍ଲୀରେ ଥିବା ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ କଡା ଚୋତବନୀ ଦିଆଯାଇଛି। ସରକାରୀ ବାସଭବନ ଖାଲି ନ କଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକସଭା ପ୍ୟାନେଲ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତ ୧୯ ତାରିଖରେ ଲୋକସଭା ହାଉସିଂ କମିଟି ପକ୍ଷରୁ ୨ଶହ ପୂର୍ବତନ ସାଂସଦଙ୍କୁ ନୋଟିସ ଜାରି କରାଯାଇଛି। ବାସଭନ ନ ଛାଡିଲେ , ସପ୍ତାହକ ମଧ୍ୟରେ ବିଦ୍ୟୁତ ସଂଯୋଗ, ପାଣି ଯୋଗାଣ ଓ ଗ୍ୟାସ କନେକ୍‌ସନ କଟାଯିବ ବୋଲି ଧମକ ଦିଆଯାଇଛି। ନୋଟିସ ପାଇବା ପରେ ବହୁ ପୂର୍ବତନ ସାଂସଦ ଘର ଛାଡି ଦେଇଥିବା ବେଳେ ୮୨ ଜଣ ପୂର୍ବତନ ସାଂସଦ ଘର ଛାଡିନଥିବା ଜଣାପଡିଛି। ସେମାନଙ୍କୁ ଲୋକସଭା ହାଉସିଂ କମିଟି ପକ୍ଷରୁ ପୁଣି ନୋଟିସ ଦିଆଯାଇଛି। ଦରକାର ପଡିଲେ, ଘରୁ ସେମାନଙ୍କୁ ଉଚ୍ଛେଦ କରାଯିବ ବୋଲି କୁହାଯାଇଛି। ୨୦୧୪ରେ ନିର୍ବାଚିତ ସାଂସଦମାନେ ଏହି ଘର ମାଡିବସିଛନ୍ତି। ତେବେ ନିୟମ ଅନୁଯାୟୀ, ସରକାର ଭଂଗ ହେବା ପରେ ପୂର୍ବତନ ସାଂସଦ ଏକ ମାସ ସରକାରୀ ବାସଭବନରେ ରହିପାରିବେ। ଗତ ମେ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ପାର୍ଲାମେଣ୍ଟ ଭଂଗ କରିଛନ୍ତି।

 

Leave A Reply

Your email address will not be published.