ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପାନକ୍ରିୟା କ୍ୟାନସର

ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାନକ୍ରିୟା କ୍ୟାନସର । ଏହି ସୂଚନା ଦେଇଛନ୍ତି ଗୋଆର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ । ସ୍ବାସ୍ଥ୍ୟରେ ଉଲ୍ଲେଖନୀୟ ଅବନତି ପରେ ଗତ ସେପଟେମ୍ବର ମାସରେ ପାରିକରଙ୍କୁ ଦିଲ୍ଲୀ ଏମସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତା ପୂର୍ବରୁ ସେ ଆମେରିକାରେ ୩ ମାସ ଧରି ଚିକିତ୍ସିତ ହୋଇଥିଲେ ।

ତେବେ ପାରିକରଙ୍କ ସ୍ବାସ୍ଥ୍ୟ ନେଇ ବିରୋଧୀ କଂଗ୍ରେସ ବାରମ୍ବାର ପ୍ରଚାର ଚଳାଇଥିଲା । ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖି ରାଣେ କହିଛନ୍ତି ଯେ ଏଥିରେ କିଛି ଲୁଚାଇବାର ଆଉ ନାହିଁ । ପାରିକର ପାନକ୍ରିୟାଟିକ୍ କ୍ୟାନସରରେ ପୀଡ଼ିତ । ତେବେ ଚିକିତ୍ସା ଚାଲିଥିବାରୁ ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଘଟଣାକୁ ବାହାରେ ପ୍ରକାଶ ନକରିବାକୁ ଚାହୁଁନଥିଲେ । ପାରିକରଙ୍କ ସ୍ବାସ୍ଥ୍ୟକୁ ନେଇ କଂଗ୍ରେସ ଅଯଥା ରାଜନୀତି କରୁଛି ବୋଲି ରାଣେ କହିଛନ୍ତି ।