ନିଶାଡ଼ି ହେଉଛନ୍ତି ମଧ୍ୟ ପ୍ରଦେଶର ଶୁଆ! ସଫା କରିଦେଉଛନ୍ତି ଶହ ଶହ ଏକର ଅଫିମ ଫସଲ, ଚିନ୍ତାରେ ଚାଷୀ

ଅଫିମ ଖାଉଛନ୍ତି ଶୁଆ। ଯେଉଁଥିପାଇଁ ମଧ୍ୟ ପ୍ରଦେଶର ଅଫିମ ଚାଷୀ ଚିନ୍ତାଜନକ ସ୍ଥିତିରେ ଅଛନ୍ତି। ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶୁଆଙ୍କ ଯୋଗୁ ସେମାନଙ୍କୁ ଫସଲ କ୍ଷତିର ଭୟ ଘାରିଛି।

କୁହାଯାଏ, ଅଫିମ ନିଶାରେ ଯିଏ ପଡ଼ିଛି ସିଏ ବଂଶ ବୁଡ଼ାଇ ଦେଇଛି । ଅର୍ଥାତ୍‌, ଏ ନିଶା ଥରେ ଧରିଲେ ଆଉ ଛାଡ଼େ ନାହିଁ । ଏବେ କିଛି ଶୁଆ ଅଫିମ ନିଶାରେ ପଡ଼ି ଚଷୀଙ୍କ ଫସଲ ଲୁଟିବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର କେତେକ ସ୍ଥାନରେ ଅଫିମ ଚାଷୀ ଚିନ୍ତାଜନକ ସ୍ଥିତିରେ ଅଛନ୍ତି। କାରଣ, ଏଠାରେ ଶୁଆ ଖାଉଛନ୍ତି ଅଫିମ ଫସଲ, ଯାହାଫଳରେ ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି କାରଣରୁ ଚାଷୀମାନଙ୍କୁ ଫସଲ କ୍ଷତିର ଭୟ ଘାରିଛି।

ରାଜ୍ୟର ମନ୍ଦସୌର, ନିମଚ ଓ ରତଲାମ ଅଞ୍ଚଳରେ ବହୁ ସଂଖ୍ୟକ ଚାଷୀ ଅଫିମ ଚାଷ କରନ୍ତି। ଏହି ଚାଷ ପାଇଁ ସେମାନଙ୍କୁ କେନ୍ଦ୍ରୀୟ ନାର୍କୋଟିକ୍ସ ବିଭାଗଠାରୁ ଲାଇସେନ୍ସ ନେବାକୁ ପଡ଼ିଥାଏ। ଚାଷୀମାନେ ନାର୍କୋଟିକ୍ସ ବିଭାଗର ତତ୍ତ୍ୱାବଧାନରେ ହିଁ ଫସଲ କରିପାରନ୍ତି। କିନ୍ତୁ ଏବେ ଏଠି ଚାଷୀମାନଙ୍କୁ ଅଫିମ ଫସଲକୁ ନେଇ ଚିନ୍ତା ଘାରିବାକୁ ଲାଗିଛି।

ଶୁଆ ଆତଙ୍କ ଯୋଗୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଅଫିମ ଚାଷ କରୁଥିବା ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ସରକାରଙ୍କୁ ଦେବାକୁ ପଡ଼ିଥାଏ। ଯଦି ସେମାନେ ଏହା କରିପାରି ନ ଥାଆନ୍ତି, ତା’ ହେଲେ ସରକାରଙ୍କ ଦ୍ୱାରା ଅଫିମ ଚାଷର ଚୁକ୍ତିନାମାକୁ ଶେଷ କରିଦିଆଯାଏ।

ଏଭଳି ସ୍ଥିତିରେ କିଛି ଚାଷୀ ବର୍ତ୍ତମାନ ଶୁଆଙ୍କ କବଳରୁ ଅଫିମ ବଞ୍ଚାଇବା ପାଇଁ ପ୍ଲାଷ୍ଟିକ୍ ଜାଲ ବିଛାଇବା ଆରମ୍ଭ କରିଛନ୍ତି। ପ୍ଲାଷ୍ଟିକ୍ ଜାଲ ବିଛାଇବା ଦ୍ୱାରା ଅଫିମ ଫସଲକୁ ପୂର୍ବ ଅପେକ୍ଷା କମ୍ କ୍ଷତି ହେଉଛି। ଜାଲ ଲାଗିଥିବାରୁ ଶିଆମାନେ କମ୍‌ ଆସୁଛନ୍ତି। ଏସବୁ ବ୍ୟତୀତ ନୀଳଗାଈଙ୍କଠାରୁ ବି ଅଫିମ ଚାଷକୁ ବିପଦ ଥିବା ଚାଷୀମାନେ କହିଛନ୍ତି।