ମାଇଁକୁ ହତ୍ୟା କରିଥିଲା ଭଣଜା, ୯ ବର୍ଷ ପରେ କୋର୍ଟରେ ହତ୍ୟାକାରୀ ନାମ କହିଲା ଶୁଆ

ଉତ୍ତରପ୍ରଦେଶର ଆଗ୍ରାରେ ୯ ବର୍ଷ ପୂର୍ବେ ଘଟିଥିଲା ହତ୍ୟାକାଣ୍ଡ । ମାଇଁକୁ ହତ୍ୟା କରିଥିଲା ଭଣଜା । ଆଉ କୋର୍ଟରେ ଏବେ ହତ୍ୟାକାରୀର ନାମ କହିଲା ଶୁଆ । ଶୁଆର ବୟାନ ପରେ ଭଣଜାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ ।

ମାଲିକାଣୀକୁ କିଏ ମାରିଥିଲା କୋର୍ଟରେ ଶୁଆ କହିଲା ନାମ । ଆଉ ଶୁଆଠାରୁ ହତ୍ୟାକାରୀର ନାମ ଶୁଣିବା ପରେ ଏକ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବିଚାରପତି । ଉତ୍ତରପ୍ରଦେଶର ଆଗ୍ରାରେ ଆଗ୍ରାରେ ଜଣେ ମହିଳାଙ୍କ ହତ୍ୟା ମାମଲାରେ ୯ ବର୍ଷ ପରେ ପରିବାରକୁ ନ୍ୟାୟ ମିଳିଛି। ଏହି ମାମଲାରେ ମୃତକଙ୍କ ଭଣଜାଙ୍କ ସମେତ ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି ।

୨୦୧୪ ମସିହା ୨୦ ଫେବୃଆରୀରେ ସାମ୍ବାଦିକ ବିଜୟ ଶର୍ମାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପୋଷା କୁକୁରକୁ ମଧ୍ୟ ହତ୍ୟା କରାଯାଇଥିଲା। ମହିଳାଙ୍କ ଉପରେ ୧୪ ଥର ଆକ୍ରମଣ ଏବଂ କୁକୁରକୁ ୯ ଥର ଆକ୍ରମଣ କରାଯାଇଥିଲା ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା । ଏହି ମାମଲାରେ କୋର୍ଟ ୯ ବର୍ଷ ପରେ ରୋନି ଏବଂ ଆଶୁତୋଷଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୭୨ ହଜାର ଟଙ୍କାର ଜରିମାନା ମଧ୍ୟ ଲାଗିଛି ।

ସୂଚନାଯୋଗ୍ୟ, ବିଜୟ ଶର୍ମାଙ୍କ ପତ୍ନୀ ନୀଲମଙ୍କୁ ୯ ବର୍ଷ ପୂର୍ବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ହତ୍ୟାକାରୀମାନେ ଘରେ ଲୁଟ ମଧ୍ୟ କରିଥିଲେ । ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହତ୍ୟା ପରଠାରୁ ମୃତକଙ୍କ ଘରେ ଥିବା ଶୁଆ ରାଜା ଲଗାତାର ମହିଳାଙ୍କ ଭଣଜା ଆଶୁତୋଷଙ୍କ ନାମ ନେଉଥିଲା । ଏହା ପରେ ପୋଲିସ ଆଶୁତୋଷଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଆଶୁତୋଷ ତାଙ୍କ ସାଙ୍ଗ ସହ ମିଶି ହତ୍ୟା କରିଥିବା ସ୍ୱୀକାର କରିଥିଲେ।

୨୦୨୦ରେ କରୋନା ଯୋଗୁଁ ବିଜୟ ଶର୍ମାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅମାନେ ଏହି କେସ୍‌ ଆଗକୁ ନେଇଥିଲେ । ଏହି କେସରେ ୧୪ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସାକ୍ଷୀଙ୍କ ବୟାନ ଏବଂ ସାକ୍ଷୀ ଆଧାରରେ ମହିଳାଙ୍କ ଭଣଜା ଏବଂ ତାଙ୍କ ବନ୍ଧୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.