କିଏ ମଟନ୍‌ ମାଗୁଛି ତ ଆଉ କିଏ କାଜୁ କିସ୍‌ମିସ୍‌, ଇଡି ହେପାଜତରେ ଏସବୁ ଜିନିଷ ଖାଉଛନ୍ତି ପାର୍ଥ ଓ ଅର୍ପିତା

ହାଇ କୋଲୋଷ୍ଟ୍ରୋଲ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଭାତ ଓ ମଟନ୍‌ ଖାଇବାରେ ରୁଚି ରଖୁଛନ୍ତି। ଇଡି ହେପାଜତରେ ସେ ବାରମ୍ବାର ଏ ନେଇ ଦାବି କରିଛନ୍ତି। ସେହିପରି ଏହି ଦୁର୍ନୀତିରେ ଗିରଫ ହୋଇଥିବା ତାଙ୍କ ମହିଳା ବନ୍ଧୁ ଅର୍ପିତା ମୁଖାର୍ଜୀ ବ୍ଲାକ୍‌ କଫି ସହ ବାଦାମ, କାଜୁ ଓ କିସ୍‌ମିସ୍‌ ମାଗୁଛନ୍ତି। କିନ୍ତୁ ଇଡି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉଭୟଙ୍କ ଶରୀର ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଡାଏଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି। ସେହି ହିସାବରେ ଉଭୟଙ୍କୁ ଖାଦ୍ୟ ଦିଆଯାଉଛି।

ପାର୍ଥ ଚାଟାର୍ଜୀଙ୍କୁ ସକାଳୁ ପ୍ରଥମେ ବ୍ଲାକ୍‌ ଟି ଓ ୨ଟି କ୍ରିମ୍‌ କ୍ରାକର ବିସ୍କୁଟ ଦିଆଯାଉଛି। ଜଳଖିଆରେ ଦଲିଆ ଦିଆଯାଉଛି। ଏକ ଘଣ୍ଟା ପରେ ଡାଏଟ୍‌ ଚାର୍ଟରେ ଦୁଇ ପ୍ରକାରର ଫଳ ଦିଆଯାଇଛି। ରବିବାର ଦ୍ୱିପ୍ରହରରେ ପାର୍ଥ ଚାଟାର୍ଜୀ ମଟନ୍‌ ଓ ଭାତ ଖାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଚିକେନ୍‌ ଦିଆଗଲା। ତା’ ପରେ କମଳା ଜୁସ୍‌ ଦିଆଯାଇଥିଲା। ତା’ ପରେ ସନ୍ଧ୍ୟାରେ ସେ ପକୁଡ଼ି ମାଗିଥିଲେ। କିନ୍ତୁ ତାଙ୍କୁ ଇଡି ପକ୍ଷରୁ ବିସ୍କୁଟ୍‌ ଦିଆଯାଇଥିଲା। ଏହା ପରେ ରାତିରେ ତାଙ୍କୁ ୨ଟି ରୁଟି ଓ ସନ୍ତୁଳା ଖାଇବାକୁ ଦିଆଯାଇଥିଲା।

ଇଡି ପକ୍ଷରୁ ମିଳିଥିବା ସୂଚନା ମୁତାବକ, କେବଳ ରବିବାର ନୁହେଁ ପୂର୍ବରୁ ବି ପାର୍ଥ ଅନେକ ଥର ଭାତ ମାଗିଛନ୍ତି। ଭାତ ଦେବାକୁ ମନା କରିବାରୁ ସେ ଖାଇବେନି ବୋଲି ଜିଦ୍‌ ମଧ୍ୟ କରୁଥିଲେ। ପରେ ଅର୍ପିତାଙ୍କ କଥା ଶୁଣି ଡାକ୍ତରଙ୍କ ଡାଏଟ୍‌ ଚାର୍ଟ ଅନୁସାରେ ଖାଇବାକୁ ରାଜି ହୋଇଥିଲେ।

ସେହିପରି ଅର୍ପିତାଙ୍କର ଦିନର ଆରମ୍ଭ ବିନା ଚିନିରେ ବ୍ଳାକ୍‌ ଟି ସହ ହେଉଛି। ଜଳଖିଆରେ ସେ ବ୍ରାଉନ୍‌ ବ୍ରେଡ୍‌, ସିଝା ଅଣ୍ଡା ଓ କଦଳୀ ଖାଉଛନ୍ତି। ତା’ ପରେ ତାଙ୍କୁ ଫଳ ରସ ଦିଆଯାଇଥିଲା। ଦ୍ୱିପ୍ରହରରେ ସେ ଭାତ, ରୁଟି, ଡାଲି, ତରକାରୀ ଓ ମାଛ ଖାଉଛନ୍ତି। ସନ୍ଧ୍ୟାରେ ତାଙ୍କୁ କପେ ଚା’ ଓ ବିସ୍କୁଟ୍‌ ଦିଆଯାଉଛି। ରାତିରେ ୨ଟି ରୁଟି ଓ ସନ୍ତୁଳା ଦିଆଯାଇଛି।

Also Read: ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌, ଚାଟ୍‌, ଗୁପ୍‌ଚୁପ୍‌; ପ୍ରଶାସନ ପକ୍ଷରୁ ଜାରି ହେଲା ଗାଇଡ୍‌ଲାଇନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.