ଦୀର୍ଘ ୯ମାସ ପରେ ଖୋଲିଲା ପଶୁପତିନାଥ ମନ୍ଦିର, ଦର୍ଶନ ପାଇଁ ମାନିବାକୁ ପଡିବ ଏହି ନିୟମ

ଖୋଲିଲା ନେପାଳ ସ୍ଥିତ କାଠମାଣ୍ଡୁରେ ଅବସ୍ଥିତ ପ୍ରସିଦ୍ଧ ପଶୁପତିନାଥ ମନ୍ଦିର। କରୋନା ମହାମାରୀ ପାଇଁ ଦୀର୍ଘ ୯ମାସ ଧରି ବନ୍ଦ ରହିବା ପରେ ଗତକାଲି ଖୋଲିଛି ପଶୁପତିନାଥ ମନ୍ଦିର। ପଶୁପତି ଏରିୟା ଡେଭଲପମେଣ୍ଟ ଟ୍ରଷ୍ଟ ମୁତାବକ, କରୋନା ସମୟରେ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ମନ୍ଦିର ବନ୍ଦ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି।

pasupatinath templeସୂଚନା ମୁତାବକ, ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିରରରେ ପ୍ରବେଶ କରିବା ସମୟରେ ମାସ୍କ ଲଗାଇବା ଜରୁରୀ । ଏଥିସହ ଦର୍ଶନ ପାଇଁ ଭକ୍ତଙ୍କୁ ଲାଇନ୍‌ ରେ ଛିଡା ହେବା ସହ ପରସ୍ପରଙ୍କ ଠାରୁ ୨ ମିଟର ବ୍ୟବଧାନ ରଖିବା ଜରୁରୀ । ଏନେଇ ବିକାଶ କୋଷ ପକ୍ଷରୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ସାନିଟାଇଜର୍‌ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ଗତ ୨୦ ମାର୍ଚ୍ଚ ୨୦୨୦ରୁ ଭକ୍ତଙ୍କ ପାଇଁ ପଶୁପତିନାଥ ମନ୍ଦିର ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.