ପାଇଲଟ ହେଲେ ଅସୁସ୍ଥ, ପ୍ୟାସେଞ୍ଜର କଲେ ସେଫ ଲ୍ୟାଣ୍ଡିଙ୍ଗ

ଆଜି କାଲି କଣ କଣ ସବୁ ଘଟିଯାଉଛି । ଏକଥା ଆମେ ଆପଣ ସମସ୍ତେ କହିଲେଣି । କାରଣ କେତେବେଳେ କଣ ଯେ ଘଟୁଛି ଆଉ ଘଟିବ ତାର ତ କଳ୍ପନା କରିହେବନି । ଏଇ ଦେଖୁ ନାହାନ୍ତି ପୁଣି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତ କରୁଛି ତା ସହ ମନକୁ ଆଶ୍ୱସ୍ତ କରୁଛି ଯେ କାହାର କୌଣସି ପ୍ରକାର କ୍ଷତି ନହେବା । ଘଟଣା ହେଉଛି ଫ୍ଲୋରିଡାର ।

ଘଟଣା ଅନୁସାରେ ଉଡୁଥିବା ପ୍ଲେନରେ ପାଇଲଟଙ୍କ ଦେହ ଖରାପ ହୋଇଯିବା ହେତୁ ପ୍ଲେନର ସମସ୍ତ ଯାତ୍ରୀ ବିପଦରେ ଆସିଗଲେ । ଏଭଳି ପରିସ୍ଥିତିରେ ଜଣେ ଲୋକ ପ୍ଲେନକୁ ଲ୍ୟାଣ୍ଡିଂ କରିବାର ଦାୟିତ୍ୱ ଉଠାଇଲେ । କିନ୍ତୁ ପ୍ଲେନ ଉଡେଇବାର କୌଣସି ବି ଏକ୍ସପିରିଏନ୍ସ ନତିଲା । କିନ୍ତୁ ସଫଳ ହେଇଥିଲେ ବ୍ୟକ୍ତି ଜଣକ । ଜାଣିବା କିପରି ଥିଲା ପରିସ୍ଥିତି ।

ଫ୍ଲୋରିଡାରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ପାମ ବିଚ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସେସନା କାରବା ନାମରେ ଏକ ପ୍ଲେନର ସେଫ ଲ୍ୟାଣ୍ଡିଂ ଏବେ ଚର୍ଚ୍ଚାର ବିଷୟ ବସ୍ତୁ । ଏକ ରିପୋର୍ଟ ହିସାବରେ ଜଣେ ଯାତ୍ରୀ ଟ୍ରାଫିକ କଣ୍ଟ୍ରୋଲର୍ସଙ୍କ ସାହାଯ୍ୟରେ ପ୍ଲେନର ସେଫ ଲ୍ୟାଣ୍ଡିଂ କରାଇଥିଲେ ।

ଏହି ପ୍ୟାସେଞ୍ଜର ଜଣକ ଟ୍ରାଫିକ କଣ୍ଟ୍ରୋଲକୁ ଏହି କଥାର ସୂଚନା ଦେଇଥିଲେ କି ସେସନା କାରବାନର ପାଇଲଟ ହୋସରେ ନାହାନ୍ତି । ପାଇଲଟଙ୍କର ହାଲ ବହୁତ ହି ଖରାପ ଥିଲା । ଓ ତାଙ୍କର ମେଡିକାଲ ଏମରଜେନ୍ସି ଥିଲା । ପ୍ଲେନ ମଧ୍ୟ ସେହି ସମୟରେ ଡେଷ୍ଟିନେସନ ଠାରୁ ୧୧୨କିଲୋମିଟର ଦୂରରେ ଥିଲା । ଆପଣଙ୍କୁ କହିଦରଖୁଛୁ କି ଏହି ପ୍ଲେନରେ ୧୪ଲୋକଙ୍କ ବସିବାର ଜାଗା ରହିଛି । ଏବଂ ଏହାକୁ ୩୪୬କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ ହିସାବରେ ଉଡାଯାଇପାରେ ।

ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ପୋଜିସନ ପଚରାଯିବାରୁ ପ୍ୟାସେଞ୍ଜର କହିଥିଲେ ଯେ ତାଙ୍କୁ ଏହା ସମ୍ପର୍କରେ କିଛି ବି ଜଣାନାହିଁ । ପ୍ୟାସେଞ୍ଜର କହିଥିଲେ କି ତାଙ୍କୁ ସାମନାରେ ପ୍ଲୋରିଡା କୋଷ୍ଟ ଦେଖାଯାଉଛି । ଟ୍ରାଫିକ କଣ୍ଟ୍ରୋଲର ଡିସ୍ପାଚର ପ୍ୟାସେଞଜରଙ୍କୁ ପ୍ଲେନର ୱିଙ୍ଗ ଲେବଲକୁ ମେଣ୍ଟେନ କରିବାକୁ ଓ କୋଷ୍ଟ ସହ ଚାଲିବାକୁ କହିଥିଲେ୍‌ । ଏହି ସହ ଟ୍ରିଫିକ କଣ୍ଟୋଲର କର୍ମଚାରୀ ମାନେ ପ୍ଲେନକୁ ଲୋକେଟ କରିବାକୁ ଚେଷ୍ଠାରେ ଲାଗିଗଲେ । କଣ୍ଟ୍ଟୋଲର ପ୍ଲେନକୁ ତଳକୁ ଆଣିବାକୁ ପ୍ୟାସେଞ୍ଜରଙ୍କୁ ସାହାଯ୍ୟ କଲେ । ଏବଂ ଶୀଘ୍ର ପ୍ଲେନକୁ ଟ୍ରେସ କରିନେଇଥିଲେ । କଣ୍ଟ୍ରୋଲରଙ୍କର ଗାଇଡଲାଇନ ହେତୁ ପ୍ୟାସେଞ୍ଜର ପ୍ଲେନର ସେଫ ଲ୍ୟାଣ୍ଡିଙ୍ଗ କରିବାରେ ସଫଳ ରହିଲେ ।

ଲ୍ୟାଣ୍ଡିଙ୍ଗ ପରେ ରେଡିଓରେ କଣ୍ଟ୍ରୋଲରଙକ୍‌ୁ କୁହାଯାଉଥିବା ଶୁଣାଗଲା କି କିଛି ପ୍ୟାସେଞ୍ଜର ଦ୍ୱାରା ଏହି ପ୍ଲେନ ଲ୍ୟାଣ୍ଡିଙ୍ଗ କରାଯାଇଛି । ଏହି ଆନାଉନ୍ସମେଣ୍ଟ ଶୁମିବା ପରେ ହିଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏଭିଏସନ ଏକ୍ସପର୍ଟ କହିଥିଲେ କି ଏହା ପ୍ରଥମଥର ହେଲା କି ସେସନ କାରବାନକୁ କୌଣସି ବ୍ୟୟକ୍ତି ସେଫ ଲ୍ୟାଣ୍ଡିଙ୍ଗ କରାଇଲେ ଯାହାଙ୍କୁ କୌଣସି ପ୍ରକାର ଏରୋନଟିକାଲ ଏକ୍ସପିରିଅନ୍ସ ତକ ନଥିଲା । ତେବେ ଏପରି କାହିଁକି ହେଲା, ଘଟଣାର ଯାଞ୍ଚ କରାଯାଉଚି ବୋଲି କୁହାଯ।ଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.