ମେଟ୍ରୋ ଷ୍ଟେସନରେ ହଠାତ୍ ଟଳି ପଡିଲେ ବୃଦ୍ଧ, CISF ଯବାନ ଏମିତି ବଞ୍ଚାଇଲେ ଜୀବନ, ଭିଡିଓ ଭାଇରଲ

ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ CISF ଯବାନ। ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଜଣେ ବୃଦ୍ଧ ହଠାତ୍ ଥରି ଅସୁସ୍ଥ ହୋଇ ତଳେ ପଡିଗଲେ। ଏହି ସମୟରେ ପାଖରେ ଥିବା ଜଣେ CISF ଯବାନ ନିଜର ବୁଦ୍ଧି ପ୍ରୟୋଗ କରି ବୃଦ୍ଧଙ୍କୁ CPR ଦେଇ ଜୀବନ ବଞ୍ଚାଇଛନ୍ତି। ଯାହାର ସିସିଟିଭି ଫୁଟେଜ ମିଳିଛି। ସେହି ଯବାନଙ୍କ ନାମ ବିକାଶ।

ଘଟଣା ମୁତାବକ, ବୃଦ୍ଧ ଜଣକ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅନେକ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲେ। ହଠାତ୍ ବୃଦ୍ଧ ଜଣକ ଥରିବାକୁ ଆରମ୍ଭ କଲେ ଆଉ ତଳେ ପଡିଗଲେ। ଠିକ୍ ସେହି ସମୟରେ ଜଣେ CISF ଯବାନ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ବୃଦ୍ଧଙ୍କୁ CPR ଦେଇ ଜୀବନ ବଞ୍ଚାଇଥିଲେ। ଯାହାର ସିସି ଟିଭି ଭିଡିଓ ଏବେ ଭାଇରଲ ହେଉଛି। ପଡିଯିବା କାରଣରୁ ବୃଦ୍ଧଙ୍କ ହାତ, ମୁହଁରେ ଆଘାତ ଲାଗିଥିଲା। ତା’ ପରେ ସେ ହୋସକୁ ଆସିବା ପରେ ଯବାନଙ୍କୁ ଧନ୍ଯବାଦ ଜଣାଇଥିଲେ।