ଟେକ୍‌ଅଫ୍‌ ବେଳେ ଇଣ୍ଡିଗୋ ବିମାନରେ ଅସୁସ୍ଥ ହେଲେ ଯାତ୍ରୀ, ନାଗପୁରରେ ଜରୁରୀ ଅବତରଣ

ବେଙ୍ଗାଲୁରୁରୁ ପାଟନା ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା । ଏହାପରେ ବିମାନକୁ ତୁରନ୍ତ ମହାରାଷ୍ଟ୍ରର ନାଗପୁରରେ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା । ଲ୍ୟାଣ୍ଡିଂ ପରେ ଅସୁସ୍ଥ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଯାତ୍ରୀ ଜଣକ ହୃଦ୍‌ରୋଗରେ ପୀଡ଼ିତ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଶୁକ୍ରବାର ଇଣ୍ଡିଗୋର ଏକ ବିମାନ ବେଙ୍ଗାଲୁରୁରୁ ପାଟନା ପାଇଁ ଉଡ଼ାଣ ଭରିଥିଲା । ବିମାନ ଟେକ୍‌ଅଫ୍‌ କରିବା ସମୟରେ ଜଣେ ଯାତ୍ରୀଙ୍କୁ ଜୋର୍‌ରେ ଝଟ୍‌କା ଲାଗିଥିଲା । ଏହି ସମୟରେ ସେ ଅସୁସ୍ଥ ହୋଇପଡ଼ି ଚେତା ହରାଇ ବସିଥିଲେ ।

ବିମାନ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ଏହାପରେ ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା । ବିମାନ ଲ୍ୟାଣ୍ଡ କରିବା ପରେ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏ ସମ୍ପର୍କରେ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ ଏମରଜେନ୍ସି ବିଭାଗରେ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ପ୍ରାଥମିକ ଚିକିତ୍ସାରୁ ଜଣାପଡ଼ିଛି କି, ସେ ହୃଦ୍‌ରୋଗରେ ପୀଡ଼ିତ । ବିମାନ ଟେକ୍‌ଅଫ୍‌ କଲାବେଳେ ସେ ଜୋର୍‌ରେ ଝଟ୍‌କା ଅନୁଭବ କରି ଚେତା ହରାଇ ବସିଥିଲେ । ବହୁ ଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ବିମାନର ଜରୁରୀ ଅବତରଣ କରାଯାଇ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like