ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା, କ୍ରିଉ ମେମ୍ବରଙ୍କ ସମେତ ୬୨ ମୃତ

ନୂଆଦିଲ୍ଲୀ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣାରେ ୬୨ ମୃତ । ଏକ ଟର୍ବୋପ୍ରପ ପ୍ଲେନ ବ୍ରାଜିଲର ସାଓ ପାଉଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ମୋଟ ୬୨ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୫୮ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର । କାସକେଭାଲରୁ ବିମାନଟି ଉଡ଼ାଣ ଭରିଥିଲା । ଏହା ସାଉ ପାଓଲ ଅଭିମୁଖେ ଯିବା ବେଳେ ସିଗନାଲ ବିଚ୍ଛିନ୍ନ ହୋଇଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନଟି ୧୭ହଜାର ଫୁଟ ଉଚ୍ଚତାରେ ଉଡୁଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବିମାନ ଖସିପଡ଼ିବାରୁ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ସୂଚନା ମିଳିଛି ।
ଭୋଏପାସ ଲିନହାସ ଏରିଜ୍ ଦ୍ବାରା ପରିଚାଳିତ ଏଟିଆର-୭୨ ବିମାନ ଆଜି ବ୍ରାଜିଲ୍ର କାସକାଭେଲ୍ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା । ତେବେ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ। ଉକ୍ତ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।