ବିମାନରୁ ମଦୁଆ ଯାତ୍ରୀ ବିଦା, କକପିଟରେ ପଶି ମୋବାଇଲ ଚାର୍ଜ କରିବାକୁ ଉଦ୍ୟମ କରୁଥିଲେ

ମୁମ୍ବାଇ : ଜଣେ ମଦୁଆ ବିମାନ ଯାତ୍ରୀଙ୍କ କାରନାମା । ମଦ ନିଶାରେ ବିମାନର କକପିଟକୁ ଯାଇ ମୋବାଇଲ ଚାର୍ଜ କରିବାକୁ ଉଦ୍ୟମ କରୁଥିଲେ । ତାଙ୍କୁ ବିମାନ କର୍ମଚାରୀମାନେ ଧରି ମୁମ୍ବାଇ ପୋଲିସ୍ ଜିମା ଦେଇଛନ୍ତି । ଆଜି ମୁମ୍ବାଇ-କୋଲକାତା ଇଣ୍ଡିଗୋ ବାମିନରେ ଏହି ଘଟଣା ଘଟିଥିଲା ।

flight

ବିମାନଟି ମୁମ୍ବାଇ ବିମାନ ବନ୍ଦରରୁ ଛାଡ଼ିବା ପୂର୍ବରୁ ଯାତ୍ରୀ ଜଣକ କକପିଟ୍ ଭିତରକୁ  ଜବରଦସ୍ତି ପଶି ମୋବାଇଲ ଚାର୍ଜ କରିବାକୁ ଚାହୁଁଥିଲେ । ଏମିତିକି କର୍ମଚାରୀଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଯାହା ଫଳରେ ସେମାନେ ପୋଲିସ୍ ଡାକି ତାଙ୍କୁ ବିମାନରୁ ବାହାର କରି ଦେଇଥିଲେ । ସୁରକ୍ଷା ଭଙ୍ଗ ଅଭିଯୋଗରେ ଯାତ୍ରୀ ଜଣକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ସୁରକ୍ଷା ଭଙ୍ଗ ଅଭିଯୋଗରେ ବିମାନ ଯାତ୍ରୀଙ୍କୁ ବିମାନରୁ ବାହାର କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.