ଅତି ଲୋଭରୁ ମୃତ୍ୟୁ, ପାକିସ୍ତାନର ୮୦୦ କୋଟି ଟଙ୍କା କ୍ଷତି

ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି କ୍ଷତିରେ ପଡିଛି । ପାକିସ୍ତାନୀ ବୋର୍ଡ ୨୦୨୫ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାରୁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିଛି । ବହୁ ଆଶା କରି କୋଟି କୋଟି ଟଙ୍କା ଲାଭ ଆଶାରେ ଦୀର୍ଘ ୨୯ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ପାକିସ୍ତାନ । ଲାଭ ହେବା ବଦଳରେ ୮୦୦ କୋଟି ଟଙ୍କାର କ୍ଷତି ସହିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ତେଣୁ ଏହାର ପ୍ରଭାବ ପାକିସ୍ତାନୀ ଖେଳାଳି ମାନଙ୍କ ଉପରେ ପଡିଛି ।
ପାକିସ୍ତାନ କ୍ରିକେଟ୍ ବୋର୍ଡ ଦୀର୍ଘ ୨୯ ବର୍ଷ ପରେ ୨୦୨୫ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା । ପାକିସ୍ତାନ ଭାବିଥିଲା ଟୁର୍ଣ୍ଣାମେଣ୍ଟ ଆୟୋଜନ କରି କୋଟି କୋଟି ଟଙ୍କା ଲାଭ କରିବ । ସେଥିପାଇଁ ଦେଶର ୩ଟି ମୁଖ୍ୟ ଷ୍ଟାଡିୟମ ଲାହୋର, କରାଚୀ ଏବଂ ରାୱଲପିଣ୍ଡିର ଉନ୍ନତିକରଣ ପାଇଁ ପାଖାପାଖି ୮୫୧ କୋଟି ଟଙ୍କା ବିନିଯୋଗ କରିଥିଲା । କିନ୍ତୁ ଶେଷରେ ୮୫ ପ୍ରତିଶତ କ୍ଷତି ସହିବାକୁ ପଡିଛି ।
ପାକିସ୍ତାନ ୮୫୧ କୋଟି ଟଙ୍କା ଖର୍ଚ୍ଚ କରି ୫୨ କୋଟି ଟଙ୍କା ରୋଜଗାର କରିପାରିଛି । ଯାହା ଫଳରେ ପାକିସ୍ତାନକୁ ପ୍ରାୟ ୭୯୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।
ଯେହେତୁ ଚାମ୍ପିୟନ୍ସ ଟ୍ରଫି ଚଳିତ ବର୍ଷ ପାକିସ୍ତାନ ଆୟୋଜନ କରିଥିଲା । ତେଣୁ ପାକିସ୍ତାନରେ ହିଁ ମ୍ୟାଚ୍ ହେବାକୁ ନେଇ ସ୍ଥିର ହୋଇଥିଲା । ଫଳରେ ପାକିସ୍ତାନ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତା । କିନ୍ତୁ ଭାରତ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଖେଳିବାକୁ ନ ଯିବାରୁ ଏହା ହାଇବ୍ରିଡ ମଡେଲରେ ହୋଇଥିଲା । ଗ୍ରୁପ ପର୍ଯ୍ୟାୟର ସମସ୍ତ ୪ଟି ମ୍ୟାଚ୍, ସେମିଫାଇନାଲ ମ୍ୟାଚ୍, ଫାଇନାଲ ମ୍ୟାଚ୍ ବି ଭାରତ ଦୁବାଇରେ ଖେଳିଥିଲା । ଯାହାଫଳରେ ପାକିସ୍ତାନରେ କୋଟି କୋଟି ଟଙ୍କା କ୍ଷତି ହେଲା ।
ଘରୋଇ ମାଟିରେ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ପାକିସ୍ତାନ କ୍ରିକେଟ୍ ଦଳ ଟୁର୍ଣ୍ଣାମେଣ୍ଟରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା । ଦଳ କେବଳ ୫ ଦିନ ମଧ୍ୟରେ କୌଣସି ମ୍ୟାଚ୍ ଜିତି ନପାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା ।
Also Read : ପାକ୍ ସେନା ବସ ଉପରେ ଆକ୍ରମଣ, ୯୦ ଯବାନଙ୍କ ମୃତ