ମହିଳା କ୍ରିକେଟରଙ୍କୁ ଅସଦାଚରଣ ଅଭିଯୋଗରେ ପାକିସ୍ତାନୀ କୋଚ୍‌ ନଦୀମ ଇକବାଲ ନିଲମ୍ବିତ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ଯୌନ ଉତ୍‌ପୀଡିନ ମାମଲାରେ ର୍ପୂବତନ ଖେଳାଳୀ ଓ ବର୍ତ୍ତମାନର ରାଷ୍ଟ୍ରୀୟସ୍ତରର କୋଚ ନଦୀମ ଇକବାଲଙ୍କୁ ନିଲମ୍ବିତ କରିଛନ୍ତି । ବୋର୍ଡ ଅସଦାଚରଣ ବିରୋଧରେ ‘ଜିରୋ ଟଲେରାନ୍ସ ପଲିସି’ ଆପଣାଇବା ସହ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଇକବାଲଙ୍କୁ ନିଲମ୍ବିତ କରିଛନ୍ତି ।

ଜଣେ ମହିଳା କ୍ରିକେଟର ମୁଲତାନ ଅଞ୍ଚଳର କୋଚ ଇକବାଲଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏହି ମାମଲା ଗତ ସପ୍ତାହରେ ପିସିବି ଅଧୀନକୁ ଆସିଥିଲା । ଏହାର ଯାଞ୍ଚ ପାଇଁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ ଶେଷ ହେବା ଯାଏ ଇକବାଲ ନିଲମ୍ବିତ ରହିବେ । ଯାଞ୍ଚ ଜାରି ରହିଛି ବୋଲି ବୋର୍ଡ କହିଛି ।

ଯଦି ଇକବାଲ ବୋର୍ଡ ସହ ନିଜ ଚାକିରି ସର୍ତ୍ତାବଳୀ ଉଲଂଘନ କରିଥିଲେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ କହିଛି । ଇକବାଲ ତାଙ୍କ ସମୟରେ ଜଣେ ଦ୍ରୁତଗାମୀ ବୋଲର ଥିଲେ । ସେ ୮୦ ଓ ୯୦ ଦଶକ ଶେଷ ବେଳକୁ ଘରୋଇ କ୍ରିକେଟରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

ସେ ୨୦୦୪ ମାର୍ଚ୍ଚରେ ପେଶାବର ଠାରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ୮୦ ପ୍ରଥମ ଶ୍ରେଣୀ ମ୍ୟାଚରେ ୨୫୮ କ୍ରିକେଟ ଓ ୪୯ ତାଲିକା ଏ ମ୍ୟାଚରେ ୬୫ କ୍ରିକେଟ ସହ ତାଙ୍କ କ୍ରକେଟ କ୍ୟାରିଅର ସମାପ୍ତ କରିଥିଲେ । ଇକବାଲଙ୍କୁ ପୂର୍ବ ପିସିବି ପ୍ରଶାସନ ଦ୍ୱାରା ଦକ୍ଷିଣ ପଞ୍ଜାବ କ୍ଷେତ୍ର ପାଇଁ କୋଚ ଭାବେ ନିଯୁକ୍ତ କରିଥିଲେ ।

Leave A Reply

Your email address will not be published.