କାବୁଲ ଛାଡ଼ିଲେ ସବୁ ଆମେରିକା ସେନା। ଆଫଗାନିସ୍ତାନରୁ ଫେରିଲେ ଆମେରିକାର ସୈନ୍ୟ ବାହିନୀ। ସବୁ ଆମେରିକା ସେନା ଫେରିଯାଇଥିବା ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ମିଳିଛି। ଆମେରିକାର ୨୦ ବର୍ଷର ଆଫଗାନ ଯୁଦ୍ଧ ଶେଷ ହୋଇଛି । ଡେଡଲାଇନର ଗୋଟିଏ ଦିନ ପୂର୍ବରୁ ଆଫଗାନରୁ ସେନା ପ୍ରତ୍ୟାହାର କଲା ଆମେରିକା । ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିଛି। ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନରାଲ କେନେଥ ମାକେନଜି ଏହା ଘୋଷଣା କରିଛନ୍ତି।
The last American soldier to leave Afghanistan: Maj. Gen. Chris Donahue, commanding general of the @82ndABNDiv, @18airbornecorps boards an @usairforce C-17 on August 30th, 2021, ending the U.S. mission in Kabul. pic.twitter.com/j5fPx4iv6a
— Department of Defense 🇺🇸 (@DeptofDefense) August 30, 2021
ଆଜିଠୁ ଆଉ କାବୁଲରେ ଉଡ଼ିବନି ଆମେରିକା ସାମରିକ ବିମାନ। ଆଜିଠୁ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ତାଲିବାନ ରାଜ୍। ଦୋହାରୁ ଚାଲିବ ଆମେରିକାର ଆଫଗାନିସ୍ତାନ ଦୂତାବାସ। ଶେଷ C-17 ବିମାନ ହମିଦ କାରଜାଇ ବିମାନ ବନ୍ଦରରୁ ଗତକାଲି ବାହାରି ଥିଲା । ଆମେରିକା ସେନାର ଏହି ଅପରେସନରେ ସାମିଲ ଥିବା ସୈନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଥିଲା ।
Media scrutiny of Biden’s Afghanistan withdrawal was broadly much more negative and acute than the scrutiny of Bush’s case to invade and occupy Iraq while commencing a nation building project in Afghanistan.
— Ben Rhodes (@brhodes) August 31, 2021
ଅନ୍ୟପଟେ ସେନା ପ୍ରତ୍ୟାହାର ପରେ ମଧ୍ୟ କୂଟନୈତିକ ମିଶନ ଜାରି ରହିବ। ଆମେରିକା ନାଗରିକ ଓ ଦେଶ ଛାଡିବାକୁ ଚାହୁଁଥିବା ଉପଯୁକ୍ତ ଆଫଗାନୀଙ୍କୁ ଆଣିବାକୁ ଏହି ମିଶନ ଜାରି ରହିବ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରାଳୟ।
A picture of the last Soldier to leave Afghanistan. https://t.co/F0ISzTnu1Z
— U.S. Army (@USArmy) August 31, 2021