ମଝି ସମୁଦ୍ରରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଲୋକେ

ଫିଲିପାଇନ୍ସରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ଲୋକ । ଏପର୍ଯ୍ୟନ୍ତ ୧୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୭ ଜଣ ନିଖୋଜ ରହିଛନ୍ତି ।

ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀ (ପାଣିରେ ଚାଲୁଥିବା ଡଙ୍ଗା)ରେ ଲାଗିଲା ନିଆଁ । ଅନେକ ଲୋକ ଜୀବନ୍ତ ଜଳିଥିବା ଖବର ମିଳିଛି । ଏଭଳି ଭୟଙ୍କର ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

ଖବର ମୁତାବକ, ଏହିଳି ଦୁର୍ଘଟଣା ପ୍ରଶାନ୍ତ ମହାସାଗରେ ହୋଇଛି । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ସମୁଦ୍ର ମଝିରେ ନିଆଁ ଲାଗିଯାଇଥିଲା। ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ରହିଛନ୍ତି । ତେବେ ଏହି ଘଟଣାରେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.