ଲକଡାଉନ ବେଳେ ଛାତ ଉପରେ ଏମିତି କଟୁଛି ଲୋକଙ୍କ ଜୀବନ, ଫଟୋଗ୍ରାଫର ଲୁଚିକି ଶୁଟ କଲେ ଏହି ଭିଡ଼ିଓ

ବ୍ରୁକ୍ଲିନର ଫେମସ ଫଟୋଗ୍ରାଫର ଜେରେମି କୋହେନ ନିକଟରେ ନିଜ ଟୁଇଟର ହ୍ୟାଣ୍ଡଲରୁ ଏକ ଭିଡ଼ିଓ ସେୟାର କରିଥିଲେ, ଯାହାକୁ ସେ ଲୁଚିକି ରେକର୍ଡ କରିଛନ୍ତି। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଲକଡାଉନ ସମୟରେ କିପରି ନ୍ୟୁୟର୍କରେ ‘ରୁଫ କଲଚର’ ଆରମ୍ଭ ହୋଇଯାଇଛି। ରୁଫ କଲଚରର ଅର୍ଥ ହେଉଛି, ଲକଡାଉନ ସମୟରେ ଲୋକେ ଅଧିକରୁ ଅଧିକ ଛାତ ଉପରେ ହିଁ ସମୟ ବିତାଉଛନ୍ତି। ଏକ୍ସରସାଇଜ କରିବା, ଡ୍ୟାନ୍ସ, ପେଣ୍ଟିଂ କରିବା, ଏକା କିମ୍ବା ପରିବାର ସହ ବସିବା ଆଦି କାମ କରୁଛନ୍ତି।

5

ଲୋକମାନେ ଛାତ ଉପରକୁ ଆସି ସ୍ୱାଧୀନ ଭାବେ ବୁଲାବୁଲି କରୁଛନ୍ତି। ଭିଡ଼ିଓରେ ଏକ କପଲ ଡ୍ୟାନ୍ସ କରି କରି ଭିଡ଼ିଓ କଲରେ କଥା ହେଉଥିବାର ନଜର ଆସୁଛନ୍ତି। ସେଠି ଆଉ ଜଣେ ବ୍ୟକ୍ତି ବକ୍ସିଂ ସହିତ ଜିମ କରୁଥିବାର ବି ଦେଖିବାକୁ ମିଳୁଛି। ଲୋକେ ନିଜ ପୋଷା କୁକୁରକୁ ଛାତ ଉପରେ ବୁଲାଉଛନ୍ତି।

ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି, ଭୟର ବାତାବରଣ ଭିତରେ ଏହି ପ୍ରକାର ଭିଡ଼ିଓ ଲୋକଙ୍କ ମଧ୍ୟରେ ଆଶାର କିରଣ ଜାଗ୍ରତ କରୁଛି। ଭିଡ଼ିଓରୁ ଏହି କଥା ଶିଖିବାକୁ ମିଳୁଛି କି, ଲକଡାଉନ ସମୟରେ ଘରୁ ବାହାରକୁ ନ ବାହାରି ପାରିଲେ ବି ନିଜକୁ ଖୁସି ଏବଂ ଫିଟ ରଖିବା ପାଇଁ ଘରର ଛାତକୁ ଏମିତି ଭାବେ ବ୍ୟବହାର କରିପାରିବେ।

ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ଯେଉଁ ଗୀତର ସ୍ୱର ଆସୁଛି, ତାହା ମ୍ୟାକ ମିଲରଙ୍କ ବ୍ଲୁ ମୁନର ଗୀତ। ଭିଡ଼ିଓଟିକୁ ଏ ପର୍ଯ୍ୟନ୍ତ 30 ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି ଏବଂ 90,600ରୁ ଅଧିକ ରିଟୁଇଟ କରାଯାଇଛି। ଏଭଳି ଭିଡ଼ିଓ ଦେଖିବା ପରେ ଲୋକେ ବହୁତ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ଲେଖିଛନ୍ତି, ‘ଏହାକୁ ଦେଖିବା ପରେ କଷ୍ଟ ହେଉଛି’। ସେହିପରି ଆଉ ଜଣେ ଲେଖିଥିଲେ, ‘ମୋର ବି ଇଛା, କାସ ମୁଁ ଏହି ଏକ ବିଲ୍ଡିଂରେ ରହିଥାନ୍ତି, ଯେଉଁଠି ଛାତ ଏମିତି। ମୁଁ ବି ଛାତ ଉପରେ ଆରାମ କରିଥାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.