ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ କରିବାକୁ ପଡ଼ିଥାଏ ବିବାହ!

ନେଦରଲ୍ୟାଣ୍ଡ ସୁନ୍ଦର ଦେଶମାନଙ୍କ ମଧ୍ୟରୁ ଗୋଟିଏ। କେହି ବି ଏଠାକୁ ଯିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଯଦି ଆପଣ ବନାଇଥିବା ପ୍ଲାନ୍ କୌଣସି କାରଣରୁ କ୍ୟାନ୍ସଲ ହୋଇଯାଏ କିମ୍ବା ଟିକେଟ୍ ବୁକ୍ ହେବା ପରେ ଆପଣଙ୍କ ସାଙ୍ଗ ଧୋକା ଦିଅନ୍ତି, ତା’ହେଲେ ବ୍ୟସ୍ତ ନ ହୋଇ ପୁଣିଥରେ ରେଡ୍ଡୀ ହୋଇଯାଆନ୍ତୁ। କାରଣ, ନେଦରଲ୍ୟାଣ୍ଡରେ ଏମିତି ଏକ ଅଫର ଚାଲିଛି, ଯାହାକି ଆପଣଙ୍କୁ ଚକିତ କରିଦେବ।
ଏହାସହ ପଢ଼ନ୍ତୁ: ରାସ୍ତାରେ କୁକୁରଙ୍କୁ ବୁଲାଉଥିଲେ ଏହି ବ୍ୟକ୍ତି, ହଠାତ୍ ଘଟିଲା ଏମିତି କିଛି, ଦେଖନ୍ତୁ ଭିଡିଓ
ଏହି ଅଫର ଖାସ୍ ପର୍ଯ୍ୟଟକଙ୍କ ପାଇଁ ବନାଯାଇଛି। ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସ୍ଥାନୀୟ ଲୋକଙ୍କ ସହ ଗୋଟିଏ ଦିନ ପାଇଁ ବିବାହ କରିପାରିବେ। ବାସ୍ତବ କଥା ହେଉଛି, ଏହା ଏକ କ୍ୟାମ୍ପେନ୍ ଅଟେ, ଯାହାର ନାଁ ‘Marry An Amsterdammer For The Day’ । ସ୍ଥାନୀୟ ଲୋକେ ଏବଂ ପଯ୍ୟର୍ଟକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ୟାମ୍ପେନ୍ରେ ଆପଣ ନିଜ ପାର୍ଟନରଙ୍କ ସହ ଡେଟ୍ରେ ମଧ୍ୟ ଯାଇପାରିବେ। ଏପରି କି, ଆପଣ ଚାହିଁଲେ ହନିମୁନ୍ର ବି ମଜା ନେଇପାରିବେ।