ଟିକା ନେବାକୁ ଲାଇନରେ ଅଛନ୍ତି ବୋତଲ-ଚପଲ-ବ୍ୟାଗ୍, ଅଧରାତିରୁ ଜମା ହେଉଛନ୍ତି ଲୋକେ

ଦେଶର ଅନ୍ୟ ରାଜ୍ୟ ଭଳି ଆସାମରେ ମଧ୍ୟ ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏଣୁ ଟିକାଦାନ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଜମିଛି। ଜିଲ୍ଲାର ଏକ ଟିକା କେନ୍ଦ୍ରରେ ଭିନ୍ନ ଦୃଶ୍ୟ ନଜର ଆସିଛି। ଏଠାରେ ଗୋଟିଏ ଦିନ ପୂର୍ବରୁ କିମ୍ବା ଅଧରାତିରୁ ଲୋକମାନେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଟିକା ଅଭାବ ପରିଲକ୍ଷିତ ହୋଇଥିବାରୁ ସମସ୍ତେ ଆଗୁଆ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏଭଳି ବିଷମ ସ୍ଥିତି ଉପୁଜିଥିବା ଜଣାଯାଇଛି।

ଲୋକମାନେ ଲାଇନରେ ନିଜ ଜାଗା ରଖିବାକୁ ପାଣି ବୋତଲ, ଜୋତା, ଚପଲ, କାଗଜ, ବ୍ୟାଗ ଓ ନିଜର ଅନ୍ୟ ଜିନିଷ ରଖିଛନ୍ତି। ଏହି ଦୃଶ୍ୟ କରିମଗଞ୍ଜ ଜିଲ୍ଲାର ଗିରିଗଶଗଞ୍ଜ ମଡେଲ ହସ୍ପିଟାଲରେ ଥିବା ଟିକା କେନ୍ଦ୍ରର। ଏଠାରେ ସବୁବେଳେ ଲାଇନରେ ରହିବା ସମ୍ଭବପର ନଥିବାରୁ ଲୋକମାନେ ନିଜ ଜିନିଷ ରଖି ଜାଗା ରଖିଛନ୍ତି।

assam2
Image Credit: indiatoday

ରିପୋର୍ଟ ମୁତାବକ, ଆଖପାଖର ୨୦ଟି ଗାଁ ପାଇଁ ଏହି ଗୋଟିଏ ହସ୍ପିଟାଲ ହିଁ ରହିଛି। ଏଣୁ ଏଠାରେ ହିଁ ଟିକା କେନ୍ଦ୍ର କରାଯାଇଛି। ଏତେ ସଂଖ୍ୟକ ଲୋକ ଏଠାକୁ ଆସୁଥିବାରୁ ଏଠାରେ ସାମାଜିକ ଦୂରତ୍ୱ ବି ପାଳନ ହେଉନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.