କୋଭାକ୍ସିନ୍ ଟିକା ନେଇଥିଲେ କରିପାରିବେନି ବିଦେଶ ଯାତ୍ରା, WHO ତାଲିକାରେ ନାହିଁ ନାଁ

ବିଶ୍ୱର ପ୍ରାୟ ଦେଶଗୁଡ଼ିକ ଟିକା ନେଇସାରିଥିବା ଲୋକଙ୍କ ଯାତ୍ରା ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। ଟିକା ନେଇଥିବା ଲୋକମାନେ ବିଦେଶ ଭ୍ରମଣ କରିପାରିବେ ବୋଲି ଘୋଷଣା କରାଯାଇଛି। କିନ୍ତୁ ଭାରତରେ ଯେଉଁମାନେ କୋଭାକ୍ସିନ୍ ନେଇଛନ୍ତି ସେମାନଙ୍କୁ ବିଦେଶ ଯାତ୍ରା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ତାଲିକାରେ ଯେଉଁ ସବୁ ଟିକାକୁ ସାମିଲ କରିଛି ସେଥିରେ କୋଭାକ୍ସିନର ନାଁ ନାହିଁ।

ଭିନ୍ନ ଭିନ୍ନ ଦେଶରେ ଜାରି ହୋଇଥିବା ନୂଆ ନିୟମ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାଭୁକ୍ତ ଟିକା ନେଇଥିବା ଲୋକଙ୍କୁ ହିଁ ସେହି ଦେଶକୁ ଯାତ୍ରା କରିବାକୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ଅନୁମତି ମିଳିବ ନାହିଁ। ଏବେ ଏହି ତାଲିକାରେ କୋଭାକ୍ସିନ୍ ନ ଥିବା ଜଣାଯାଇଛି। ମାତ୍ର ଏହି ତାଲିକାରେ ସିରମ ଇନଷ୍ଟିଚ୍ୟୁଟର ନିର୍ମିତ କୋଭିସିଲଡ଼ର ନାଁ ରହିଛି।

WHO ର ନୂଆ ଗାଇଡଲାଇନ ମୁତାବକ, ଭାରତ ବାୟୋଟେକର କୋଭାକ୍ସିନ୍ ବିଷୟରେ ଆଉ ଟିକେ ତଥ୍ୟ ହାସଲ କରିବା ବାକି ଅଛି। ଉକ୍ତ ତଥ୍ୟ ମିଳିବା ପରେ ଆମେ ଏହାକୁ ତାଲିକାଭୁକ୍ତ କରିବୁ ବୋଲି କହିଛି WHO। ତା ପୂର୍ବରୁ କୋଭାକ୍ସିନ୍ ଟିକା ନେଇଥିବା ଲୋକେ ବିଦେଶ ଯାଇପାରିବେନି ବୋଲି ସ୍ପଷ୍ଟ କରିଛି WHO।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.