ଟ୍ରାଫିକ ଜାମରେ ଫସିଲେ ଲୋକେ, ଗାଡି ରଖି ଦେଇ ଘରକୁ ଚାଲିଚାଲି ଗଲେ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁବାସୀ ସବୁବେଳେ ଟ୍ରାଫିକ ଜାମର ଶିକାର ହୁଅନ୍ତି । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଫସିରହି ହଇରାଣ ହେଉଥିବାର ଅନେକ ଭିଡିଓ ପୂର୍ବରୁ ନଜର ଆସିଛି । ଆଉ ଏଥର ମଧ୍ୟ ଏମିତି ଅବସ୍ଥା ଭୋଗିଛନ୍ତି ବେଙ୍ଗାଲୁରୁବାସୀ । ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ମଝି ରାସ୍ତାରେ ଗାଡି ରଖିଦେଇ ଚାଲିଚାଲି ଘରକୁ ଯାଇଛନ୍ତି ଲୋକ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଖବର ମୁତାବକ, ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ଇଲେକ୍ଟ୍ରିନିକ ସିଟିର ଫ୍ଲାଏଓଭରରେ ଯିବାଆସିବା ପାଇଁ ପ୍ରବଳ ଭିଡ ଲାଗିଥିଲା । ରାସ୍ତାରେ ଗାଡି ଧରି ୩ ଘଣ୍ଟା ଅପେକ୍ଷା କରିବା ପରେ ବିରକ୍ତି ହୋଇଯାଇଥିଲେ ଲୋକ । ଘରକୁ ଯିବା ପାଇଁ ଅନେକ ଗାଡି ଲମ୍ବା ଲମ୍ବା ଧାଡି ହୋଇ ଛିଡା ହୋଇଥିଲା । ଏତେ ସମୟ ଧରି ଅପେକ୍ଷା କରି ଠିଆ ହୋଇଥିବା ଗାଡି ଛାଡି ଦେଇ ଚାଲିଚାଲି ଘରକୁ ଲୋକ ଯାଇଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
#KarnatakaRains #BengaluruRains #Bengaluru
Massive traffic jam on Electronic City flyover following rainfall in the city. pic.twitter.com/OqsUQWNgAB
— shafqat (@shafquath) October 23, 2024
ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁ ପୋଲିସ ଫ୍ଲାଏଓଭରର ଗୋଟେ ଭାଗ ବନ୍ଦ କରିଦେଇଥିଲା । ଏହି କାରଣରୁ ଟ୍ରାଫିକ ଜାମ ହୋଇଥିଲା । ଲୋକମାନେ ନିଜ କାର ରଖିଦେଇ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଥିଲେ । ଅନେକ ଲୋକ ଭିଡିଓ କରି ସରକାରଙ୍କୁ ଭର୍ତ୍ସନା କରିଥିଲେ ।
Thanks to Bengaluru’s infra, waterlogged roads and stand still traffic, today I was able to complete my walking workout and walked home from office.
3 kms by walk despite the broken footpaths – 45 mins
3 kms by cab BLR traffic (ORR vicinity) – 2.5 hours#BengaluruTrafficJam pic.twitter.com/1H4bsn2Wlg— Sarishti Katyal (@SwatKatyal) October 22, 2024
ଭିଡିଓରେ ଲୋକେ ଜାମ୍ ଯୋଗୁଁ ଗାଡି ରଖିଦେଇ ଚାଲିଚାଲି ଯାଉଥିବାର ଦେଖିବାକୁ ମିଳିଛନ୍ତି । ମେଡିକାଲ ଯାଉଥିବା ରୋଗୀ କିଭଳି ବଞ୍ଚିବ ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି ।