ଦୀପ ଜଳାଇବା ଜାଗାରେ ମୁଁହରୁ ନିଆଁ ବାହାର କରୁଥିଲେ ଏହି ଯୁବକ, କିନ୍ତୁ ହଠାତ ଘଟିଥିଲା ଏମିତି ଘଟଣା, ଦେଖନ୍ତୁ viral video

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ରବିବାର ଦେଶବ୍ୟାପୀ ସମସ୍ତ ଜନତା ରାତି 9ଟା ସମୟରେ 9 ମିନିଟ ଧରି ଦୀପ ଏବଂ ମହମବତୀ ଜାଳି ଏକତାର ଏକ ବଡ଼ ସନ୍ଦେଶ ଦେଇଥିଲେ । କିନ୍ତୁ କିଛି ଜାଗାରେ ଲୋକମାନେ ଦୀପ ଓ ମହମବତୀ ନ ଜାଳି ମୁହଁରୁ ନିଆଁ ବାହାର କରୁଥିବାର ଦେଖିବାକୁ ମିଳିଥିଲା।

video courtesy: facebook

ବର୍ତ୍ତମାନ କରୋନା ଭାଇରସର ପ୍ରଭାବ ସାରା ବିଶ୍ବରେ କାୟା ବିସ୍ତାର କରି ଚାଲିଥିବା ବେଳେ ଆମ ଦେଶରେ ମୋଦିଙ୍କ ଆହ୍ୱାନ କ୍ରମେ ଭାରତବାସୀ ଏକତାର ବାର୍ତ୍ତା ଦେଇଥିଲେ। ତେବେ କେତେକ ଜାଗାରେ ଲୋକେ ବାଣ ଫୁଟାଉଥିବା ବି ଦେଖାଯାଇଥିଲା। 2 ଦିନ ତଳେ ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେଇଥିଲା। ଘଟଣାଟି କେଉଁ ଜାଗାର କିଛି ଜଣାପଡିନାହିଁ।

9

ଏଥିରେ କେହି ଜଣେ ବ୍ୟକ୍ତି ଏକ ମହମବତୀ ଦ୍ୱାରା ନିଜ ମୁହଁରୁ ନିଆଁ ବାହାର କରୁଛନ୍ତି। ହେଲେ ହଠାତ କିଛି ସମୟ ପରେ ସେହି ନିଆଁ ତାଙ୍କ ମୁହଁରେ ଲାଗିଯାଉଛି। ଘଟଣାସ୍ଥଳରେ କିଛି ଲୋକ ପହଞ୍ଚି ତାଙ୍କ ମୁହଁରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.