ପାକ୍- ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ଅବସ୍ଥା ସଙ୍କଟାପନ୍ନ , ତିନି ସପ୍ତାହ ପୂର୍ବରୁ ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫଙ୍କୁ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ଗୁରୁତର ଅବସ୍ଥାରେ ରହିଛନ୍ତି। ପୂର୍ବତନ ସେନା ମୁଖ୍ୟଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ପରିବାର କହିଛନ୍ତି ଯେ ସେ ଭେଣ୍ଟିଲେଟରରେ ନାହାଁନ୍ତି। ତାଙ୍କର ରୋଗ (ଆମିଲୋଏଡୋସିସ୍) ଜଟିଳତା ହେତୁ ସେ ଗତ ୩ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆମେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛୁ। ତେବେ ବର୍ତ୍ତମାନ ସୁଦ୍ଧା ଅନେକ ଅଙ୍ଗ କାମ କରିବା ବନ୍ଦ ହୋଇଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
Message from Family:
He is not on the ventilator. Has been hospitalized for the last 3 weeks due to a complication of his ailment (Amyloidosis). Going through a difficult stage where recovery is not possible and organs are malfunctioning. Pray for ease in his daily living. pic.twitter.com/xuFIdhFOnc
— Pervez Musharraf (@P_Musharraf) June 10, 2022
ତେବେ ୨୦୦୧ ରୁ ୨୦୦୮ ପର୍ଯ୍ୟନ୍ତ ମୁଶରଫ ରାଷ୍ଟ୍ରପତି ଥିଲେ। ଏହା ପୂର୍ବରୁ ସେ ପାକିସ୍ତାନ ସେନାର ମୁଖ୍ୟ ପଦବୀରେ ଅବସ୍ଥାପିତ ଥିଲେ । ସେପଟେ କାରଗିଲ ଯୁଦ୍ଧ ପାଇଁ ଭାରତ ପରଭେଜ ମୁସାରଫଙ୍କୁ ସିଧା ସଳଖ ଦାୟୀ କରିଥିଲେ । ହେଲେ ରାଷ୍ଟ୍ରପତି ପଦ ଛାଡିବା ପରେ ସେ ୨୦୧୬ ରୁ ଦୁବାଇରେ ରହିଆସୁଥିଲେ ।