ବିଶ୍ବାସରେ ବିଷ ଦେଲେ ମନ୍ଦିର ପୂଜାରୀ, ପ୍ରତିଶୋଧ ପାଇଁ ବଳିପଡିଲେ ଭକ୍ତ

ବେଙ୍ଗାଲୁରୁ (କେନ୍ୟୁଜ) : ଦୁଇ ଦିନ ପୂର୍ବେ କର୍ଣ୍ଣାଟକରେ ଥିବା ଏକ ମନ୍ଦିରର ପ୍ରସାଦ ସେବନ କରି ୧୫ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ହୋଇଥିଲେ ଗୁରୁତର। ଭକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏବେ ଘଟଣାର ପର୍ଦ୍ଦାଫାସ୍‌ କରିଛି କର୍ଣ୍ଣାଟକ ପୁଲିସ । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ କିଛିଟା ସୁରାଗ ପାଇ ମନ୍ଦିର ପୁଜାରୀ ଓ କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ। ସୂଚନା ଅନୁଯାୟୀ, ମନ୍ଦିରର ଜଣେ ପୂଜକ ପୁର୍ବ ପ୍ରତିଶୋଧକୁ କେନ୍ଦ୍ର କରି ଧର୍ମାନୁଷ୍ଠାନକୁ ବଦନାମ କରିବା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର ରଚିଥିଲା ।

ତାଙ୍କ ସହ ମନ୍ଦିରର ଅନ୍ୟ ୩ କର୍ମଚାରୀ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିଲା। ଘଟଣା ଦିନ ଶ୍ରଦ୍ଧାଳୁମାନଙ୍କୁ ଦିଆଯାଉଥିବା ପ୍ରସାଦରେ ଅଭିଯୁକ୍ତ ୧୫ ବୋଲତ କୀଟନାଶକ ମିଶାଇଥିବା ପୁଲିସ କହିଛି । ଏବଂ ଏଥି ଘଟଣାରେ ପୂଜାରୀଙ୍କ ସହ ଜଣେ ମହିଳା, ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବନ୍ଧୁଙ୍କୁ ମଧ୍ୟ ଗିରଫ କରିଛି ପୁଲିସ ।

banglore

ମହାଦେଶ୍ୱରର ସାଲୁର ମଠ ମଠାଧୀଶ ପଟ୍ଟାଦା ଇମ୍ମାଦି ମହାଦେଶ୍ୱର ସ୍ୱାମୀ କେବଳ ଟ୍ରଷ୍ଟର କ୍ଷମତା ଚାହୁଁ ନଥିଲେ ବରଂ ସେ ବର୍ତ୍ତମାନର ଏହି ଟ୍ରଷ୍ଟକୁ ବଦନାମ କରିବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି । ଏହି ପୂଜାରୀଙ୍କ ନିର୍ଦ୍ଦେଶରେ ମହିଳା ଜଣଙ୍କ କୀଟନାଶକ ଯୋଗାଡ଼ କରିବା ସହ ପ୍ରସାଦ ପ୍ରସ୍ତୁତ ସମୟରେ ଏଥିରେ ଏହାକୁ ମିଶାଇଥିଲେ । ତେବେ ପୂର୍ବ ରାଗ ସହ ଏହାକୁ ବଦନମା କରିବା ପାଇଁ ଡିସେମ୍ବର ୧୪ ତାରଖରେ ଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏପରି ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ ପୂଜାରୀ । ଫଳରେ ନିରୀହ ଜୀବନ ଗୁଡିକର ଅକାଳରେ ବଳି ପଡିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.