ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଦାବି; ଆବେଦନକାରୀ ଦର୍ଶାଇଲେ ଶ୍ରଦ୍ଧା ଓ ନିକ୍କି ହତ୍ୟାକାଣ୍ଡ
ଲିଭ୍-ଇନ୍ ରିଲେସନଶିପ୍ର ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଦାବି କରାଯାଇଛି। ଆବେଦନରେ ଶ୍ରଦ୍ଧା ୱାକର ଓ ନିକ୍କି ଯାଦବଙ୍କ ହତ୍ୟା ମାମଲା ବିଷୟରେ ଦର୍ଶାଯାଇଛି।

ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମ କୋର୍ଟଙ୍କୁ ଦାବି କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାକର ଓ ନିକ୍କି ଯାଦବଙ୍କ ହତ୍ୟା ମାମଲା ଦର୍ଶାଯାଇଛି।
ଆବେଦନରେ କୁହାଯାଇଛି ଯେ, ଗୋପନୀୟ ତରିକାରେ ଚାଲିଥିବା ଏମିତି ସମ୍ପର୍କ କ୍ରମାଗତ ଭାବେ ଜଘନ୍ୟ ଅପରାଧର କାରଣ ପାଲଟୁଛି। ଲିଭ୍-ଇନ୍ ପାର୍ଟନରମାନଙ୍କ ସୁରକ୍ଷା ପାଇଁ ପୋଲିସ ସେମାନଙ୍କ ସମ୍ପର୍କ ବିଷୟରେ ନିହାତି ଜାଣିବା ଆବଶ୍ୟକ। ସୁପ୍ରିମ କୋର୍ଟଙ୍କ ଓକିଲ ମମତା ରାଣୀଙ୍କ ଆବେଦନରେ ଲିଭ୍-ଇନ୍ରେ ରହୁଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ମଧ୍ୟ ଦାବି କରାଯାଇଛି।
ଆଦେବନରେ କୁହାଯାଇଛି କି, କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ନେଇ ନିର୍ଦ୍ଦେଶ ଦିଅନ୍ତୁ। ଆବେଦନକାରୀ କହିଛନ୍ତି ଯେ ଯେତେବେଳେ ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ, ସେତେବେଳେ ହିଁ ଏହି ସଂଖ୍ୟା ସମ୍ବନ୍ଧୀୟ ସୂଚନା ମିଳି ପାରିବ। ଆବେଦନକାରୀ ଶ୍ରଦ୍ଧା ଓ ନିକ୍କି ହତ୍ୟା ମାମଲା ଭଳି ଅନେକ ଘଟଣା ଆବେଦନରେ ଉଲ୍ଲେଖ କରିଛନ୍ତି।
ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ସୁପ୍ରିମ କୋର୍ଟ ଅନେକ ଆଦେଶରେ ବିପଦର ସାମ୍ନା କରୁଥିବା ଲିଭ୍-ଇନ୍ ପାର୍ଟନରମାନଙ୍କୁ ସୁରକ୍ଷା ଦେଇଛନ୍ତି। ଏହି ପ୍ରକାରର ସମ୍ବନ୍ଧଗୁଡ଼ିକୁ ମୌଳିକ ଅଧିକାରର ଦାୟରରେ ବିବେଚନା କରାଯାଏ, କିନ୍ତୁ ଏପରି ସମ୍ପର୍କର ପଞ୍ଜିକରଣର କୌଣସି ବ୍ୟବସ୍ଥା ନାହିଁ।