ମହାରାଷ୍ଟ୍ରରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ! ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଲେ ଘୋଷଣା

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ସହିତ ବହୁତ ଜଲ୍‌ଦି ଲୋକଙ୍କୁ ଶସ୍ତା ଦରରେ ପେଟ୍ରୋଲ ଏବଂ ଡିଜେଲ୍‌ ମିଳିବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି କି, ସରକାର ଖୁବ୍‌ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁଥିବା ଭ୍ୟାଟ୍‌ ହ୍ରାସ କରିବାକୁ ଯାଉଛନ୍ତି।

ଭ୍ୟାଟ୍‌ ହ୍ରାସର ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଆଯିବ। ସିନ୍ଦେ ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‍ ପାସ୍‌ କରିବା ପରେ ଏ ବିଷୟରେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ପରେ କିଛି ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ପୂର୍ବରୁ ଭ୍ୟାଟ୍‌ ହ୍ରାସ କରାଯାଇ ସାରିଛି। ଏବେ ମହାରାଷ୍ଟ୍ରରେ ବିଜେପି ସହ ମେଣ୍ଟ କରି ସରକାର ଚଲାଉଥିବା ଏକନାଥ ସିନ୍ଦେ ମଧ୍ୟ ଏମିତି ଘୋଷଣା କରିଛନ୍ତି।

ବିଜେପି ଲଗାତାର କଂଗ୍ରେସ ଶାସିତ ରାଜ୍ୟରେ ତେଲ ଦାମ୍‌ କମ୍‌ କରିବା ପାଇଁ ଭ୍ୟାଟ୍‌ ହ୍ରାସ କରିବାକୁ ଅପିଲ୍‌ କରୁଛି। ବର୍ତ୍ତମାନ ମହାରାଷ୍ଟ୍ରରେ ବି ବିଜେପି ଶାସିତ ରାଜ୍ୟ ଭଳି ତେଲ ଉପରୁ ଭ୍ୟାଟ୍‌ ହ୍ରାସ କରାଯିବ।

Leave A Reply

Your email address will not be published.