ମୋତେ କ’ଣ ପାଇଁ ଜନ୍ମକଲ ? ଏମିତି ପ୍ରଶ୍ନ କରି ମା’ ଏବଂ ଡାକ୍ତରଙ୍କ ନାମରେ କେସ୍‌ କଲେ ଦିବ୍ୟାଙ୍ଗ ଯୁବତୀ, ଜିତିଲେ କୋଟିଏ ଟଙ୍କା

ଏବେ ମିଡିଆ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ବ୍ରିଟେନର ଜଣେ ଯୁବତୀ। ଆଉ ଏହି ଚର୍ଚ୍ଚାରେ ରହିବାର କାରଣ ମଧ୍ୟ ଅଜବ। ଯୁବତୀଙ୍କ କହିବାନୁଯାୟୀ, ମା’ ଗର୍ଭବତୀ ଥିବା ବେଳେ ଡାକ୍ତରଙ୍କ ଭୁଲ ପରାମର୍ଶ ଯୋଗୁଁ ଝିଅ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ। ଝିଅ ବଡ଼ ହୋଇଯିବା ପରେ ଏନେଇ ମାଙ୍କ ପାଖରୁ ଶୁଣିବାକୁ ପାଇଥିଲେ। ତାପରେ ଏହାକୁ ନେଇ ଡାକ୍ତରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଥିଲେ ଯୁବତୀ। କୋର୍ଟଙ୍କ ରାୟ ଝିଅ ସପକ୍ଷରେ ଆସିଥିବା ବେଳେ ଡାକ୍ତର ତାଙ୍କୁ କୋଟିଏ ଟଙ୍କାର କ୍ଷତିପୂରଣ ଦେଇଛନ୍ତି।

ଖବର ଅନୁଯାୟୀ, ବ୍ରିଟେରେ ରହୁଥିବା ୨୦ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ ଜଣକ ହେଲେ ଏଭି ଟୁମ୍ବସ୍‌ । ଲୋକେ ପ୍ରଶ୍ନ କରୁଛନ୍ତି ଯେ ‌ସେ ମା’ ଏବଂ ଡାକ୍ତରଙ୍କ ଉପରେ ଏମିତି କେସ୍‌ କାହିଁକି କଲେ। ଏହାର ଜବାବରେ ଏଭି କହିଛନ୍ତି, ୨୦୦୧ରେ ତାଙ୍କର ଜନ୍ମ ‘ଲିପୋମାଇଲୋମୋନିଂଗୋସେଲେ’ ସହିତ ହୋଇଥିଲା। ଏହା ଏକ ପ୍ରକାର ବିକାଳାଙ୍ଗ ପରିସ୍ଥିତି ଯାହାକୁ ମେଡିକାଲ୍‌ ଭାଷାରେ ସ୍ପାଇନା ବିଫିଡା ବୋଲି କୁହାଯାଏ। ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁଁ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ। ଆଉ ଏଥିପାଇଁ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି।ଏହି ରୋଗ ପାଇଁ ଏଭି ଡାକ୍ତରଙ୍କ ବିରୋଧରେ ମାମଲା କରି କ୍ଷତିପୂରଣ ଦାବି କରିଥିଲେ।

ଏଭିଙ୍କ ଅନୁସାରେ ଡାକ୍ତର ଫିଲିଫ୍‌ ମିଶେଲ ତାଙ୍କ ମାଙ୍କୁ ପ୍ରସବ ପୂର୍ବରୁ ସଠିକ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇନଥିଲେ। ଯଦି ତାଙ୍କ ମାଙ୍କ ଗର୍ଭାବସ୍ଥା ସମୟରେ ସେ ଭଲ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତେ ତେବେ ଆଜି ସେ ବିକଳାଙ୍ଗ ହୋଇ ଜନ୍ମ ହୋଇ ନଥାନ୍ତେ ବୋଲି କହିଛନ୍ତି। ଏପରିକି ତାଙ୍କ ମା ଗର୍ଭରେ ଦିବ୍ୟାଙ୍ଗ ପିଲା ଜନ୍ମ ରହିଥିବା ନେଇ ଡାକ୍ତର ମିଶେଲ ଜାଣିଥିଲେ ।ଆଉ ଡାକ୍ତର ଚାହିଁଥିଲେ ସେ ଏହାକୁ ରୋକି ପାରିଥାନ୍ତେ। କିନ୍ତୁ ସେ ଏହା କଲେ ନାହିଁ। ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁଁ ମୋ ଜୀବନ ନର୍କ ହୋଇଯାଇଛି।

ଡାକ୍ତର ଚାହିଁଥିଲେ ତାଙ୍କର ଜନ୍ମ ହୋଇନଥାନ୍ତା କି ସେ ଏତେ କଷ୍ଟ ପାଇନଥାନ୍ତେ ବୋଲି ଏଭି ଟୁମ୍ବସ୍‌ ଅଭିଯୋଗ ମଧ୍ୟ କରିଛନ୍ତି। ସେପଟେ ଲଣ୍ଡନ ହାଇକୋର୍ଟର ଜଷ୍ଟିସ୍‌ ରୋଜାଲିଣ୍ଡ କୋଏ କ୍ୟୁସି ଏଭିଙ୍କୁ ସମର୍ଥନ କରିବା ସହ ଅଭିଯୁକ୍ତ ଡାକ୍ତରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଭି ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଜଣେ ଭଲ ଅଶ୍ବାରୋହୀ । ଇନଷ୍ଟଗ୍ରାମରେ ତାଙ୍କର ବହୁତ ଫଲୋୟର୍ସ ଥିବା ବେଳେ ୟୁଜର୍ସ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.