ଡାକ୍ତରଙ୍କ ବିରଳ ସଫଳତା, ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡ଼ନୀ

ନୂଆଦିଲ୍ଲୀ: କିଡ଼ନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ମିଳିଛି ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡ଼ନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ ପ୍ରତ୍ୟାରୋପଣ କରି ମାନବ ଜୀବନ ରକ୍ଷା ଉପରେ ରିସର୍ଚ୍ଚ କରିଆସୁଥିଲେ । ବର୍ତ୍ତମାନ ସମୟରେ ହେଉଥିବା ଅଙ୍ଗ ଅଭାବକୁ ଦୂର କରିବା ପାଇଁ ଘୁଷୁରୀ ଉପରେ ରିସର୍ଚ୍ଚ କରାଯାଇଥିଲା । ମାତ୍ର ଏ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଦେଖାଦେଇଥିଲା ।

ହେଲେ ଆମେରିକାରେ ଦୁନିଆରେ ପ୍ରଥମ ଥର ଏକ ଘୁଷୁରିର କିଡନୀ ମଣିଷ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି କାରନାମା ନ୍ୟୁୟର୍କ ସହରର ଏନଓ୍ଵାଇୟୁ ଲାଗୋନ ହେଲ୍‌ଥ ମେଡିକାଲ ସେଣ୍ଟରର ସର୍ଜନମାନେ କରି ଦେଖାଇଛନ୍ତି। ସବୁଠୁ ବଡ କଥା ଘୁଷୁରିର କିଡନୀ ମଣିଷ ଶରୀରରେ ସ୍ଵାଭାବିକ ଭାବେ କାମ କରୁଛି। ଏହି ସଫଳ ପ୍ରତିରୋପଣ ଆଗାମୀ ସମୟରେ ମାନବ ଅଙ୍ଗ ଅଭାବକୁ ଦୂର କରାଯାଇ ପାରିବ। ଅଙ୍ଗର ଅଭାବ ଦୂର କରିବା ପାଇଁ ଦୀର୍ଘ ସମୟ ଧରି ଘୁଷୁରି ଉପରେ ଗବେଷଣା ଜାରି ରହିଥିଲା।

କିନ୍ତୁ ଘୁଷୁରି କୋଷରେ ଥିବା ଏକ ପ୍ରକାର ‘ସୁଗାର’ ସାଜିଥିଲା ବାଧକ, ଯାହା ମଣିଷ ଶରୀରରେ ନ ଥାଏ। ତେଣୁ ମଣିଷ ଶରୀରରେ ଘୁଷୁରି ଅଙ୍ଗ ପ୍ରତିରୋପଣ କଲେ ମଣିଷ ଶରୀର ତାକୁ ପ୍ରତ୍ୟାଖ୍ୟାନ କରିଦିଏ। କିନ୍ତୁ ଏହି ପ୍ରତିରୋପଣ ପାଇଁ ଯେଉଁ ଘୁଷୁରିର କିଡ୍‌ନି ନିଆଯାଇଥିଲା, ତାହା ଥିଲା ଏକ ଜିନ୍-ଏଡିଟେଡ୍ (ଜିନ୍-ପରିବର୍ତ୍ତିତ) ପ୍ରାଣୀ, ଯାହା ଶରୀରରେ ଉକ୍ତ ‘ସୁଗାର’ ହିଁ ନ ଥିଲା। ତେଣୁ ଏହି କିଡ୍‌ନି ମଣିଷ ଶରୀରରେ ଠିକ୍ କାମ କରିବାକୁ ଆରମ୍ଭ କଲା ଏବଂ ମଣିଷ ଶରୀର ଏହାକୁ ପ୍ରତ୍ୟାଖ୍ୟାନ କରିଲା ନାହିଁ। ମଣିଷ ଶରୀରରେ ଲଗାଇବା ପୂର୍ବରୁ ବାହାରେ ମଧ୍ୟ ଦୁଇଦିନ ଧରି ଏହାକୁ ପରୀକ୍ଷା କରାଯାଇଥିଲା।

ଅନ୍ୟପଟେ ସର୍ଜନ କହିଛନ୍ତି, ଏହି ଘୁଷୁରୀର କିଡନୀକୁ ଜଣେ ବ୍ରେନ ଡେଡ୍ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ରୋଗୀଙ୍କ କିଡନୀ ପ୍ରାୟତଃ ଖରାପ ହୋଇ ସାରିଥିଲା। ରୋଗୀଙ୍କ ଦେହରୁ ଜୀବନ ରକ୍ଷାକାରୀ ସିଷ୍ଟମ ହଟାଇବା ପାଇଁ ପରିବାର ଲୋକଙ୍କଠୁ ଆଇନ ମୁତାବକ ସ୍ଵୀକୃତି ନିଆଯାଇଥିଲା। ଡାକ୍ତରୀ ଦଳ ଘୁଷୁରିର କିଡନୀକୁ ଦୁଇ ତିନି ଦିନର ନୀରିକ୍ଷଣ ଏବଂ ଚିିକିତ୍ସା ପରେ ରୋଗୀଙ୍କ ଧମନୀରେ ଯୋଡିଛନ୍ତି, ଯେଉଁଥିରେ ରକ୍ତ ଓ ଅମ୍ଳଜାନ ମିଳିଥାଏ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ କିଡନୀ ସ୍ଵାଭାବିକ ଭାବେ ରୋଗୀଙ୍କ ଶରୀରରେ କାମ କରିଥିଲା। ଏହି ପ୍ରତିରୋପଣର ମୁଖ୍ୟ ସର୍ଜନ ଡାକ୍ତର ରବର୍ଟ ମୋଣ୍ଟଗୋମରୀ କହିଛନ୍ତି, ପ୍ରତିରୋପଣ କିଡନୀର ସମସ୍ତ ଟେଷ୍ଟ ରିପୋର୍ଟ ସ୍ଵାଭାବିକ ରହିଥିଲା। ଏହି କିଡନୀ ରୋଗୀଙ୍କ ଶରୀରରେ ମୂତ୍ର ସେତିକି ମାତ୍ରାରେ ସୃଷ୍ଟି କରିଛି, ଯେତିକି ଆମେ କୌଣସି ମଣିଷ କିଡନୀଠୁ ଆଶା କରିଥାନ୍ତି। ଅର୍ଥାତ ରୋଗୀଙ୍କ ଶରୀରରେ ଘୁଷୁରୀ କିଡନୀ ମଣିଷ କିଡନୀ ପରି କାମ କରୁଛି।

ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ବୋଲି ୟୁନିଭର୍ସିଟି ଅଫ୍ ମିନେସୋଟା ମେଡିକାଲ ସ୍କୁଲ୍‌ର ଡ. ଆଣ୍ଡ୍ରୁ ଆଦାମ୍‌ସ କହିଛନ୍ତି। ଆଗକୁ ମାଙ୍କଡ଼, ବଣମଣିଷ ପ୍ରଭୃତି ଅନ୍ୟ ପ୍ରାଣୀଙ୍କ ଜିନ୍ ପରିବର୍ତ୍ତନ କରି ସେମାନଙ୍କ ଅଙ୍ଗ ମଧ୍ୟ ମଣିଷକୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.