ମହାକୁମ୍ଭରୁ ସ୍ନାନ କରି ଫେରୁଥିବା ବେଳେ ବସ୍ ଦୁର୍ଘଟଣା, ୧୨ ଶ୍ରଦ୍ଧାଳୁ ଗୁରୁତର

ପ୍ରୟାଗରାଜ ମହାକୁମ୍ଭରୁ ସ୍ନାନ କରି ଫେରୁଥିବା ବେଳେ ଦୁଘର୍ଟଣାଗ୍ରସ୍ତ ହୋଇଛି ବସ୍ । ବସଟି ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିବା ଆଖୁ ବୋଝେଇ ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଘଟଣାରେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ହସପିଟାଲ ପଠାଇଥିଲା । ବସରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ରହିଥିଲେ ।

ସୂଚନା ମୁତାବକ, ରବିବାର ରାତିରେ ସ୍ନାନ କରିବା ପରେ ମହାକୁମ୍ଭରୁ ଡେରାଡୁନ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଫତେହଗଂଜ ପଶ୍ଚିମ ପାଖରେ ରାତି ୧୦.୩୦ରେ ଏହି ଦୁର୍ଘଟଣା ହୋଇଥିଲା । ଜାତୀୟ ରାଜପଥରେ ରାସ୍ତାକଡ଼ରେ ଠିଆ ହୋଇଥିବା ଆଖୁ ଭର୍ତ୍ତି ଥିବା ଟ୍ରଲିରେ ଧକ୍କା ହୋଇଥିଲା । ବସରେ ୪୦ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରକୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହସପିଟାଲରେ ଭର୍ତ୍ତି କରିଛି ।

ଆଖୁ ଭର୍ତ୍ତି ଥିବା ଗାଡିର ଟାୟାର ପଂଚର ହୋଇଥିବା ଯୋଗୁଁ ରାସ୍ତାକଡ଼ରେ ଠିଆ ହୋଇଥିଲା ।  ଦୁର୍ଘଟଣା ପରେ ଚିତ୍କାର ଶୁଣାଯାଇଥିଲା । ଦୁର୍ଘଟଣାର ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ପରିଚୟ ମିଳିଛି । ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ହାଇୱେ ଜାମ୍ ହୋଇଯାଇଥିଲା । ଯାହାକୁ ପୋଲିସ ଖାଲି କରିବା ପରେ ଯାତାୟାତ ସୁଚାରୁରୂପେ ହୋଇଥିଲା ।

ତେବେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଆୟୋଜକ ରାଜେଶ୍ବରୀ କହିଛନ୍ତି, ସମସ୍ତଙ୍କୁ ପ୍ରୟାଗରାଜ ମହାକୁମ୍ଭରେ ସ୍ନାନ କରିବା ପରେ ୭ ଫେବୃଆରୀରୁ ଡେରାଡୁନରୁ ନେଇଥିଲେ । ୯ ଫେବୃଆରୀରେ ସ୍ନାନ କରିବା ପରେ ରାତିରେ ଡେରାଡୁନକୁ ଫେରିଥିଲେ । ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ବସ୍ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲା ବଭାନୀ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୪ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଚାଲିଯାଇଥିଲା । ଛତିଶଗଡ଼ ସୀମା ନିକଟରେ ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତେ ଛତିଶଗଡ଼ର ରାୟପୁରର ସାରନଗଡ଼ ବାସିନ୍ଦା ଏବଂ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରୁଥିଲେ । ରାସ୍ତାରେ ଆସୁଥିବା ବେଳେ ସେମାନଙ୍କ ବୋଲେରୋ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ଭାଙ୍ଗି ଚୁରମାର୍ ହୋଇଯାଇଥିଲା ।

Also Read : ସୋନଭଦ୍ର: ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ୬ ଆହତ