ପାଇଲଟଙ୍କ ବିଚିତ୍ର କାରନାମା: ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ପାଇଁ ଜୋର କଲେ ଏସି

flight

ନୂଆଦିଲ୍ଲୀ : ଭାରତରେ ବେସରକାରୀ କମ୍ପାନୀ ମାନଙ୍କର ଦାଦାଗିରି କମ ହେବାର ନାମ ଧରୁନି । ସେନେଇ ବିମାନରେ କର୍ମଚାରୀଙ୍କ ଯାତ୍ରୀ ପ୍ରତି ଖରାପ ବ୍ୟବହାରର ଅନେକ ଖବର ଆସୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବେ ବିମାନରେ ଅଧିକ ଯାତ୍ରୀ ଯାତ୍ରା କରୁଥିବା ଯୋଗୁଁ ଜଣେ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଥିବା ବେଳେ ଏବେ ଏକ ବେସରକାରୀ ବିମାନର ପାଇଲଟଙ୍କର ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ୨୦ ଜୁନରେ କୋଲକାତାରୁ ବାଗଡ଼ୋଗରା ପାଇଁ ଯାତ୍ରା କରୁଥିବା ସମୟରେ ଏୟାରଏସିଆ ବିମାନରେ ଯାତ୍ରୀଙ୍କୁ ଓହ୍ଳାଇବା ପାଇଁ ପାଇଲଟ ଏସିକୁ ଜୋର କରିଦେଇଥିଲେ । ଯାହା ଫଳରେ ବିମାନ ମଧ୍ୟରେ ବହୁ ମାତ୍ରାରେ ବାୟୁ ରୁଦ୍ଦ ହୋଇ ଯାଇଥିଲା ଏବଂ ଯାତ୍ରୀ ମାନେ ଭୟଭିତ ହୋଇ ବିମାନରୁ ଓହ୍ଲାଇ ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏୟାରଏସିଆ ବିମାନ ବାଗଡ଼ୋଗରା ପହଞ୍ଚିବା ପରେ ସେଠରେ ବହୁ ମାତ୍ରାରେ ବର୍ଷା ହୋଇଥିଲା । ଯାହାଫଳରେ ଯାତ୍ରୀ ବିମାନରୁ ବାହାରିବା ପାଇଁ ମନା କରିଥିଲେ । ଯାତ୍ରୀ ଏବଂ ବିମାନର କାର୍ମଚାରୀ ମାନଙ୍କ ମଧ୍ୟରେ ଚାଲିଥିବା ବାର୍ତ୍ତାଲାପ ସମୟରେ ପାଇଲଟ ବିମାନରେ ଏସିକୁ ଜୋର କରିଦେଇଥିଲେ। ଏଣୁ ଏସିର ପାୱର ବଢ଼ିବା ସହ ବିମାନରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଯାହାଫଳରେ ଯାତ୍ରୀ ଭୟଭୀତ ହୋଇ ବିମାନରୁ ବାହାରି ଯାଇଥିଲେ । ଖାଲି ସେତିକି ନୁହଁ ଜଣେ ମହିଳାଙ୍କର ବାନ୍ତି ହେବା ସହ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ।

ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ଏୟାରଏସିଆକୁ ଏହା ବିଷୟରେ ସୂଚନା ଦେବା ପାଇଁ କୁହାଯାଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନରେ ଏପରି ହୋଇଥିବା କୁହାଯାଇଛି। ପାଇଲଟଙ୍କ ଏସି ବଢ଼ାଇବା ଆରୋପକୁ ଖାରଜ କରିଛନ୍ତି ବିମାନ କମ୍ପାନି । କମ୍ପାନି କହିଛି ପାଗରେ ଆଦ୍ରତା ରହିଥିଲେ ଏପରି ଏସି ସମସ୍ୟା ସମସ୍ତ ବିମାନରେ ଦେଖାାଯାଇଥାଏ । ଏହା ଏକ ସାଧରଣ ଘଟଣା ଅଟେ ।