ଘରେ ପଶିବାକୁ ଚେଷ୍ଟା କରୁଥିଲା ନାଗ ସାପ । ହେଲେ ପଶିବାକୁ ଦେଲା ନାହିଁ ପୋଷା କୁକୁର । ମାଲିକର ଜୀବନ ବଞ୍ଚାଇବା ପାଇଁ କୁକୁର ନାଗ ସାପକୁ ଖଣ୍ଡ ଖଣ୍ଡ କରି କାଟିଦେଇଛି । ଏମିତି ଘଟଣା ଉତ୍ତରପ୍ରଦେଶ ଝାନ୍ସିରେ ଦେଖିବାକୁ ମିଳିଛି । କୁକୁର କେତେ ବିଶ୍ୱସ୍ତ ତାହାର ଭିଡିଓ ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ମାଲିକ ଘରେ ପଶିବାକୁ ଚେଷ୍ଟା କରୁଛି ବିରାଟ ବଡ ନାଗ ସାପ । ସାପକୁ ଦେଖିବା ମାତ୍ରେ ପିଟବୁଲ କୁକୁର ବାଟ ଛାଡୁନାହିଁ । ସାପକୁ ଦେଖି କୁକୁର ପାଟିରେ କାମୁଡି ଧରିିଛି । ସାପକୁ କାମୁଡି ଧରି ବାଡେଇ ବାଡେଇ ପିଟିଛି କୁକୁର । ପିଟବୁଲ କୁକୁର ନାଗ ସାପକୁ ଦାନ୍ତରେ ଧରି ଖଣ୍ଡ ଖଣ୍ଡ କରିଦେଇଛି ।
ଏହାର ଭିଡିଓ ଘରର କୌଣସି ସଦସ୍ୟ ରେକର୍ଡ କରିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଝାନ୍ସୀ ଥାନା ରକ୍ସା ସିଜବାହା ଗାଁର ସମାଜସେବୀ ପଞ୍ଜାବ ସିଂ ଯାଦବ ଏକ ପିଟ୍ବୁଲ କୁକୁର ପୋଷା ଭାବେ ପାଳିଛନ୍ତି । ଯାହାର ନାମ ଜୈନୀ । ସକାଳ ସମୟରେ ଏକ ବିଷାକ୍ତ ସାପ ଘରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ପିଟବୁଲ୍ ଦେଖିଦେଇଥିଲା । ପିଟବୁଲ୍ ଏହାକୁ ରଶି ଭାବି ଦାନ୍ତରେ କାମୁଡି ଧରିଥିଲା । ସାପକୁ କାମୁଡି ଧରି ବାଡେଇ ବାଡେଇ ପିଟିଛି କୁକୁର । ପିଟବୁଲ କୁକୁର ନାଗ ସାପକୁ ଦାନ୍ତରେ ଧରି ଖଣ୍ଡ ଖଣ୍ଡ କରିଦେଇଛି । ତେବେ ସମସ୍ତେ ଭିଡିଓ ଦେଖିବା ପରେ କୁକୁରର ପ୍ରଶଂସା କରୁଛନ୍ତି ।
ଦେଖନ୍ତୁ ଭିଡିଓ:
“झांसी का ये वीडियो देखिये”
पिटबुल ने अपनी रस्सी तोड़कर जहरीले सांप को दांतों से चबा कर मार डाला.
बात बिल्कुल सही है कि आज तारीफ हो रही है कल नगर निगम कुत्ते को उठा ले जाएगी पक्का है क्योंकि “पिट बुल” प्रतिबंधित जानवर है।#Jhansi#Pitbull pic.twitter.com/KgXPNAjjMU— Vinit Ke Sath Vartalap (@VImvinit007) September 25, 2024