ଦେଶ ବିଦେଶ

ମାଲେସିଆ ରାସ୍ତାରେ ଚଳନ୍ତା ଗାଡ଼ି ସହ ଧକ୍କା ହେଲା ବିମାନ, ୧୦ ଜଣ ଜୀବନ୍ତ ଜଳିଗଲେ

ମାଲେସିଆର ସେଲାଙ୍ଗୋର୍‌ରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଗୁରୁବାର ଏକ ଛୋଟିଆ ବିମାନ ଦୁଇ ଗାଡ଼ିକୁ ଧକ୍କା ଦେଇ ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ଏଲମିନା ଭ୍ୟାଲି ଆବାସିକ ଅଞ୍ଚଳର ସେଣ୍ଟ୍ରାଲ ପାର୍କ ନିକଟସ୍ଥ ଗୁଥରୀ ରାଜପଥରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନ ଏବଂ ଗାଡ଼ିଗୁଡ଼ିକର ଖଣ୍ଡବିଖଣ୍ଡିତ ଅଂଶ ରାସ୍ତା ଉପରେ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ମୃତକମାନଙ୍କ ମଧ୍ୟରୁ ବିମାନର ୮ ଯାତ୍ରୀ ଏବଂ ୨ ଗାଡ଼ି ଚାଳକ ଅଛନ୍ତି। ଚାଳକ ଦ୍ୱୟ ହେଲେ ଜଣେ କାର୍‌ ଡ୍ରାଇଭର ଏବଂ ଅନ୍ୟ ଜଣେ ବାଇକ୍‌ ଚାଳକ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ଦୁର୍ଘଟଣାରେ ଲୋକମାନେ ଆଖି ଆଗରେ ଜୀବନ୍ତ ଜଳିଯାଇଥିଲେ।

ବିମାନଟି ଏକ ସ୍ୱତନ୍ତ୍ର ଘରୋଇ ବିମାନ ସେବା ‘ଜେଟ୍‌ ଭାଲେଟ’ର ଥିଲା। ଏହା ଦିନ ୨ଟା ୮ ମିନିଟ୍‌ରେ ଲୋଙ୍ଗ୍‌କଭିରୁ ଉଡ଼ାଣ ଭରିଥିଲା। ଦୁର୍ଘଟଣାସ୍ଥଳଠାରୁ ବିମାନଟି ୧୦ କିଲୋମିଟରରୁ କମ୍‌ ଦୂରତାରେ ଥିଲା। ଜଣେ ଅଧିକାରୀଙ୍କ ମୁତାବକ, ବିମାନରେ ୬ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ।

ତେବେ ବିମାନଟି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍‌ ୧୦ ମିନିଟ୍‌ ମଧ୍ୟରେ ନିଆଁକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Roshni

Recent Posts

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

15 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

29 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

1 hour ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

1 hour ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 hours ago