ଆମେରିକାର ବଡ଼ ଧରଣର ଦୁର୍ଘଟଣା, ମଝି ଆକାଶରେ ଆର୍ମୀ ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା

ଆମେରିକାର ବଡ଼ ଧରଣର ବିମାନ ଦୁର୍ଘଟଣା । ମଝି ଆକାଶରେ ଆର୍ମୀ ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା । ୱାସିଂଟନ୍ ଡିସିର ରେଗାନ ନାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଛି । ଏଥିରେ ବହୁ ସଂଖ୍ୟାରେ ବିମାନ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି । ଦୁର୍ଘଟଣା ପରେ ପୋଟୋମାକ୍ ନଦୀକୁ ଖସି ପଡ଼ିଛି ବିମାନ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାନସାସ୍ ରୁ ୱାସିଂଟନ ଡିସି ଆସୁଥିଲା ଯାତ୍ରୀବାହୀ ବିମାନ । ବିମାନରେ ମୋଟ ୬୦ ଯାତ୍ରୀଙ୍କ ସହ ୪ ଜଣ କ୍ରିଉ ମେମ୍ବର ଥିଲେ।
ଏହି ଘଟଣା ପରେ ଏୟାରପୋର୍ଟର ସମସ୍ତ ଉଡାଣକୁ ରଦ୍ଦ କରାଯାଇଛି । ରୋନାଲ୍ଡ ରୀଗନ ନେସନାଲ ଏୟାରପୋର୍ଟ ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲା । ବିମାନ ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଜରୁରୀକାଳୀନ ଟିମ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟ୍ରମ୍ପଙ୍କୁ ଏହି ଦୁର୍ଘଟଣା ବିଷୟରେ ଅବଗତ କରାଯାଇଛି ବୋଲି ହ୍ୱାଇଟ ହାଉସର ଜଣେ ପ୍ରବକ୍ତା କହିଛନ୍ତି ।
ଆହୁରି ପଢ଼ନ୍ତୁ : ସାଉଦି ଆରବରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ଭାରତୀୟଙ୍କ ମୃତ୍ୟୁ, ଦୁଃଖ ବ୍ୟକ୍ତ କଲେ ବୈଦେଶିକ ମନ୍ତ୍ରୀ