ଅଧା ରନୱେରେ ଏମରଜେନ୍ସୀ ବ୍ରେକ ଲଗାଇ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଉପ ମୁଖ୍ୟମନ୍ତ୍ରୀ ଏବଂ ଡିଜିପି

ଅଳ୍ପକେ ବର୍ତ୍ତିଲା ବଡ଼ ବିମାନ ଦୁର୍ଘଟଣା । ଶିମଲା ଏୟାରପୋର୍ଟରେ ରିଲାଏନ୍ସ ଏୟାରର ଏଟିଆର ବିମାନ ଅଧା ରନୱେରେ ଅବତରଣ କରିବା ପରେ ଏମରଜେନ୍ସୀ ବ୍ରେକ ଲଗାଇ ରହିଲା । ନଚେତ ଏକ ବଡ଼ ଦୁଘର୍ଟଣା ଘଟିଥାନ୍ତା । ଏହି ବିମାନରେ ହିମାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଏବଂ ଡିଜିପି ଅତୁଲ ବର୍ମା ରହିଥିଲେ । ଦୁହେଁ ବିମାନରେ ଦିଲ୍ଲୀରୁ ଶିମଲା ଆସିଥିଲେ ।
ଖବର ମୁତାବକ, ଆଜି ସକାଳେ ଶିମଲାର ଜୁବ୍ବେଡ଼ହଟ୍ଟୀ ଏୟାରପୋର୍ଟରେ ରିଲାଏନ୍ସ ଏୟାରର ଏଟିଆର ବିମାନ ଅଧା ରନୱେରେ ଏମରଜେନ୍ସୀ ବ୍ରେକ ଲଗାଇ ଅବତରଣ କରିଥିଲା । ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ବିମାଟି ଏଭଳି ଅବତରଣ କରିଥିଲା । ଏହି ବିମାନରେ ହିମାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଏବଂ ଡିଜିପି ଅତୁଲ ବର୍ମା ରହିଥିଲେ । ଏମାନେ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିମାନରେ ୪୪ ଜଣ ଯାତ୍ରୀ ଥିଲେ ।
ବିମାନରେ ଥିବା ଯାତ୍ରୀଙ୍କ କହିବା ମୁତାବକ, ଏମରଜେନ୍ସୀ ବ୍ରେକ ଲଗାଇବା ପୂର୍ବରୁ ବିମାନର କ୍ରୁ ସଦସ୍ୟ ଯାତ୍ରୀଙ୍କୁ ଆଲର୍ଟ କରିଥିଲେ । ଏହି ଅବତରଣ ସମୟରେ ଜୋରରେ ଶବ୍ଦ ଶୁଣାଯିବା ସହିତ ପ୍ଲେନ୍ ବହୁତ ଜୋରରେ ଥରିଥିଲା । ଏମିତି ଲାଗୁଥିଲା, ଯେପରି ଟାୟାର ଫାଟିଯାଇଛି । କିନ୍ତୁ ବିମାନଟି ରନୱେରୁ ଖସିନଥିଲା । ଏହାପରେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ଚିତ୍କାର କରିଥିଲେ ।
ତେବେ କାହିଁକି ଏମିତି ଘଟିଲା, ତାହା ଜଣାପଡିନାହିଁ । ଏହାର ଯାଞ୍ଚ ଚାଲିଛି । ଉପ ମୁଖ୍ୟମନ୍ତ୍ରୀ ଏବଂ ଡିଜିପି ଏୟାରପୋର୍ଟରୁ ବାହାରିଯାଇଛନ୍ତି ।
ସୂଚନାଯୋଗ୍ୟ, ଶିମଲାର ଜୁବ୍ବେଡ଼ହଟ୍ଟୀ ଏୟାରପୋର୍ଟ ପାହାଡ଼ ମଧ୍ୟରେ ରହିଛି । ଏହି ଏୟାରପୋର୍ଟ ଭାରତର ସବୁଠୁ ସୁନ୍ଦର ଏୟାରପୋର୍ଟ ମଧ୍ୟରେ ଅନ୍ୟତମ । ସୋସିଆଲ ମିଡିଆରେ ୟୁଜର୍ସ ଏହି ଏୟାରପୋର୍ଟର ଭିଡିଓ ସେୟାର କରନ୍ତି ।
Also Read : ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ନିଆଁ, ୨୪ ଘଣ୍ଟା ପାଇଁ ବିମାନବନ୍ଦର ବନ୍ଦ, ସମସ୍ତ ବିମାନ ବାତିଲ