କରୋନା ଚିକିତ୍ସା ବ୍ୟବସ୍ଥାରୁ ବାଦ୍‌ ପଡ଼ିପାରେ ପ୍ଲାଜମା ଥେରାପି, ଚାଲିଛି ଉଚ୍ଚସ୍ତରୀୟ ବିଚାର ବିମର୍ଶ

ନୂଆଦିଲ୍ଲୀ: କରୋନା ଚିକିତ୍ସା ବ୍ୟବସ୍ଥାରୁ ବାଦ୍‌ ପଡ଼ିପାରେ ପ୍ଲାଜମା ଥେରାପି । କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆପଣା ଯାଉଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରୁ ପ୍ଲାଜ୍‌ମା ଥେରାପିକୁ ବାଦ୍‌ ଦେବାକୁ ଉଚ୍ଚସ୍ତରୀୟ ବିଚାର କରାଯାଉଥିବା ନେଇ ଜଣାଯାଇଛି । ଏହା କହିଛନ୍ତି ICMR ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗଭ । ପ୍ଲାଜମା ଥେରାପି ବ୍ୟବସ୍ଥାକୁ ବନ୍ଦ କରିବାକୁ ଜାତୀୟ ଟାସ୍କଫୋର୍ସରେ ବିଚାର କରାଯାଉଥିବା ନେଇ ସେ ପ୍ରକାଶ କରିଛନ୍ତି ।

ଏସମ୍ପର୍କରେ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ପ୍ଲାଜମା ଥେରାପି ମୃତ୍ୟୁହାର କମ କରିପାରୁ ନାହିଁ କି ସଂକ୍ରମିତଙ୍କ ସଂକ୍ରମଣ କମାଇ ପାରୁନାହିଁ । ଭାରତରେ ବର୍ତ୍ତମାନ ସୁଦ୍ଧା ୩୯୪ ଡାକ୍ତରଖାନାରେ ୪୬୪ ଜଣଙ୍କ ଠାରେ ପ୍ଲାଜମା ଥେରାପି ଆପଣାଯାଇଛି । କରୋନା ଭୂତାଣୁ ସଂକ୍ରମଣ ଦେଶରେ ସର୍ବୋଚ୍ଚ ସ୍ତରରେ ପହଁଚି ଏବେ କମିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.