ଦେଶରେ ମୃତ୍ୟୁହାର ରୋକିବାରେ ବିଫଳ ପ୍ଲାଜମା ଥେରାପି: ICMR ଡ଼ିଜି

ଦେଶରେ ମୃତ୍ୟୁହାର ରୋକିପାରୁନି ପ୍ଲାଜମା ଥେରାପି । କୋଭିଡ୍‌-୧୯ ଭାଇରସରେ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁହାର ରୋକିବାରେ ପ୍ଲାଜମା ଥେରାପି ସେତେଟା ଲାଭଦାୟକ ହେଉନାହିଁ । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଏହା କହିଛନ୍ତି । ICMR ଟିମ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡ଼ିଜି ବଳରାମ ଭାର୍ଗବ । ବର୍ତ୍ତମାନ ସମୟରେ ICMR ପକ୍ଷରୁ ହର୍ସ ସେରମ୍‌ ବିକଶିତ କରାଯାଉଛି ।

plasma

ଅନ୍ୟପକ୍ଷରେ, ICMR ଆଣ୍ଟିସେରାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରିଛି । ଏହା କୋଭିଡ୍‌-୧୯ ଟିକା ପାଇଁ ସମ୍ଭାବ୍ୟ ଚିକିତ୍ସା ହୋଇପାରେ ବୋଲି ICMR ପକ୍ଷରୁ ସ୍ପଷ୍ଟ କରାଯାଇଛି । ହାଇଦ୍ରାବାଦ ସ୍ଥିତ ବାୟୋ ଫାର୍ମାସ୍ୟୁଟିକାଲ ଫାର୍ମ ସହଯୋଗରେ ICMR ଦ୍ୱାରା ଆଣ୍ଟିସେରା ପ୍ରସ୍ତୁତ କରାଯାଇଛି ।