କେୟାର ଟେକରର ଧ୍ୟାନ ଆକର୍ଷଣ କରିବାକୁ କୁନି ହାତୀ କଲା ଏମିତି କାମ, ଯାହାକୁ ଦେଖିବା ପରେ ଆପଣଙ୍କ ମନ ଖୁସି ହୋଇଯିବ; ଦେଖନ୍ତୁ ଭିଡିଓ

ସ୍ନେହ, ପ୍ରେମ, ଭଲ ପାଇବା କାହାକୁ ବା ଭଲ ନ ଲାଗେ। ସେ ମଣିଷ ହୁଅନ୍ତୁ ବା ଜୀବଜନ୍ତୁ ସମସ୍ତଙ୍କୁ ଭଲ ପାଇବା ଦେଲେ ସେମାନେ ମାତ୍ର କିଛି ମୁହୂର୍ତ୍ତରେ ଆପଣାର ହୋଇଯାଆନ୍ତି। ହିଂସ୍ର ଜନ୍ତୁଟିକୁ ଯଦି ଜଣେ ଛୋଟ ବେଳୁ ସ୍ନେହ କରିଥିବ, ତେବେ ବଡ଼ ହେବା ପରେ ବି ସେ ବନ୍ଧୁଟିଏ ଭଳି ସାଙ୍ଗେ ସାଙ୍ଗେ ରହିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ହାତୀର ସେହିଭଳି ଏକ ଖୁବ୍‌ ସୁନ୍ଦର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଯେ କେହି ବି ନିଜ ହସ ରୋକି ପାରିବେ ନାହିଁ।

Image result for playful-baby-elephant-demands-keepers-attention-in-delightful-video

ଭିଡିଓରେ ଏକ ହାତୀ ନିଜ କେୟାର ଟେକରର ଧ୍ୟାନ ଆକର୍ଷଣ କରିବାକୁ କି କି କାମ କରୁଛି ତାହା ଦେଖିବାକୁ ମିଳିଛି। ୨୦ ବର୍ଷୀୟ ଯୁବ କେୟାର ଟେକର ବାଡ଼କୁ ରଙ୍ଗ କରିବା ବେଳେ ପଛ ପଟୁ କୁନି ହାତୀ ପ୍ରଥମେ ଶୁଣ୍ଢରେ ଯୁବକଙ୍କୁ ସଲ ସଲ କରୁଛି। ଯୁବକ ଜଣକ କିଛି ପ୍ରତିକ୍ରିୟା ନ ଦେବାରୁ ହାତି ଆଉ ଟିକେ ପାଖକୁ ଲାଗି ଆସି ବାଉଁଶ ବାଡ଼ରେ ଭରା ଦେଇ ଗୋଡ଼ ଟେକି ପୁଣି ଥରେ ଯୁବକଙ୍କୁ ଶୁଣ୍ଢରେ ସଲ ସଲ କରୁଛି। ଯୁବକ ଜଣକ ଠିଆ ହେବା ପରେ ହାତୀ ଦୁଇ ଗୋଡ଼ରେ ଠିଆ ହୋଇ ଗେଲ ହେଉଛି। ପରେ ହାତୀକୁ ସେ ଟିକେ ଆଉଁଶି ଦେବାରୁ ହାତୀ ଛୁଆ ଖୁସି ହୋଇଯାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଭିଡିଓକୁ ରାଜ୍ୟସଭା ସାଂସଦ ପରିମଳ ନାଥଓ୍ଵାନୀ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓକୁ ୟୁଜର୍ସମାନେ ଖୁବ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟି ଗତ ବର୍ଷ ଥାଇଲାଣ୍ଡର ଚିୟାଙ୍ଗ ମାଇର ମା-ସା ଏଲିଫାଣ୍ଟ କ୍ୟାମ୍ପରେ ସୁଟିଂ କରାଯାଇଥିବା ଜଣାଯାଇଛି। ଭିଡିଓରେ ଥିବା ହାତୀର ବୟସ ମାତ୍ର ୧ବର୍ଷ ହୋଇଥିବା ବେଳେ ତା’ ନାଁ ହେଉଛି ଖୁନ୍‌ସୁକ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.