କରୋନା ସଙ୍କଟ ଭିତରେ ପାକିସ୍ତାନ PM ଇମ୍ରାନ ଖାନଙ୍କ ଘୋଷଣା: COVID ଫଣ୍ଡରେ ଲୋକଙ୍କର ପ୍ରତି 1 ଟଙ୍କା ବଦଳରେ ସରକାର ଦେବେ 4 ଟଙ୍କା !

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ମହାମାରୀ ସହ ଲଢ଼ିବା ପାଇଁ ବନାଯାଇଥିବା ଫଣ୍ଡରେ ନିଜ ଦେଶବାସୀଙ୍କୁ ମୁକ୍ତ ହସ୍ତରେ ଦାନ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ସରକାର ବି ଏଥିରେ ପଛରେ ରହିବ ନାହିଁ। ଜନତାଙ୍କ ଦ୍ୱାରା ଦିଆଯାଇଥିବା ପ୍ରତ୍ୟେକ 1 ଟଙ୍କା ବଦଳରେ ସରକାର 4 ଟଙ୍କା ଅଂଶଦାନ ଦେବେ। ଇମ୍ରାନ କିଛି ମନ୍ତ୍ରୀଙ୍କ ସହିତ ମିଡିଆ ସାମ୍ନାରେ ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଏହି ମହାମାରୀ ସମୟରେ ଯେଉଁ ଲୋକମାନଙ୍କର ରୋଜଗାର ଚାଲିଯାଇଛି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଫଣ୍ଡର ପଇସା ବ୍ୟବହାର କରାଯିବ। ଏଥିପାଇଁ ଖୁବଶୀଘ୍ର ଏକ SMS ସର୍ଭିସ ଆରମ୍ଭ କରାଯିବ। ସୁବିଧାର ଲାଭ ଉଠାଇବା ପାଇଁ ଲୋକମାନଙ୍କୁ ବେରୋଜଗାରର ପ୍ରମାଣ ସରକାରଙ୍କୁ ଦେବାକୁ ହେବ’।

4

ଏହାଛଡା ସେ କହିଥିଲେ ଯେ ‘ଦେଶରେ କରୋନା ମାମଲା ଏବଂ ମୃତ୍ୟୁ ସଂଖ୍ୟା ଆମେ ଯେତିକି ଆଶଙ୍କା କରିଥିଲୁ, ତା’ଠାରୁ ଯଥେଷ୍ଟ କମ ଅଛି। ସେହିପରି ବିଦେଶରେ ଫସିଥିବା ପ୍ରବାସୀ ପାକିସ୍ତାନୀମାନଙ୍କୁ ସ୍ୱଦେଶ ଆଣିବା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି। ଯେଉଁ ଲୋକ ଫେରିବାକୁ ଚାହୁଁଛନ୍ତି, ତାଙ୍କୁ ସାହଯ୍ୟ କରାଯିବ’।

Leave A Reply

Your email address will not be published.