ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ରୁଟି, ମାଣ୍ଡିଆ ଦୋଷା ଓ ବାଜରା ପିଠା ଖାଇଲେ ମୋଦି

ନୂଆଦିଲ୍ଲୀ : ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ରୁଟି, ମାଣ୍ଡିଆ ଦୋଷା ଓ ବାଜରା ପିଠା ଖାଇଲେ ମୋଦି । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ସବୁ ସାଂସଦମାନଙ୍କ ପାଇଁ ଆୟୋଜନ ହୋଇଥିଲା ମାଣ୍ଡିଆର ସ୍ୱତନ୍ତ୍ର ଭୋଜନ । ୨୦୨୩କୁ ଇଣ୍ଟରନେସନାଲ ଇୟର ଅଫ୍‌ ମିଲେଟ୍‌ ଘୋଷଣା କରିଛି ଜାତିସଂଘ । ଏଥିପାଇଁ ଆଜି ସ୍ୱତନ୍ତ୍ର ମିଲେଟ୍‌ ଲଞ୍ଚ୍‌ ପ୍ରସ୍ତୁତ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ମାଣ୍ଡିଆ ବାଜରାରେ ତିଆରି ହୋଇଥିଲା ରୁଟି, ହାଲୁଆ, ଦୋଷା । ତା ସାଙ୍ଗକୁ ପ୍ରସ୍ତୁତ ହୋଇଥିଲା ସାଦା ତରକାରୀ, ଚଟ୍‌ନୀ । ମାଣ୍ଡିଆ ଓ ବାଜରରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କର୍ଣ୍ଣାଟକରୁ ଆସିଥିଲେ ରୋଷେୟା। ଖାଇବାକୁ ସାଂସଦମାନଙ୍କୁ ନିମନ୍ତ୍ରଣ କରିଥିଲେ କୃଷି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିମନ୍ତ୍ରିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.