ଏସ୍ସିଓ ସମ୍ମିଳନୀରେ ଯୋଗ ଦେବାକୁ ସମରକନ୍ଦରେ ମୋଦି

ନୂଆଦିଲ୍ଲୀ : ଏସ୍ସିଓ ସମ୍ମିଳନୀରେ ଯୋଗ ଦେବାକୁ ସମରକନ୍ଦରେ ପହଞ୍ଚିଲେ ମୋଦି । ଦୁଇ ଦିନିଆ ଉଜବେକିସ୍ତାସ୍ତାନ ଗସ୍ତରେ ପ୍ରଧାନମନ୍ତ୍ରୀ । ଏସସିଓ ଅବସରରେ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପୁଟିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମ୍ଭାବନା ରହିଛି । ମୋଦି-ପୁଟିନ୍ ଆଲୋଚନା ନେଇ ସ୍ପଷ୍ଟ କରିଥିଲା କ୍ରେମଲିନ୍ ।

ଅନ୍ୟ କେଉଁ ନେତାଙ୍କ ସହ ମୋଦିଙ୍କ ଆଲୋଚନା ହେବ ସେ ନେଇ ନିରବ ରହିଛି ବୈଦେଶିକ ବିଭାଗ । ସମ୍ମିଳନୀରେ ଚୀନ୍, ରୁଷିଆ, ପାକିସ୍ତାନ ଯୋଗ ଦେଇଛନ୍ତି। ମଧ୍ୟଏସୀୟ ରାଷ୍ଟ୍ରଭାବେ କାଜାଖସ୍ତାନ, କିରଗିଜସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ଯୋଗ ଦେଇଛନ୍ତି । ଏଥର ଏସସିଓ ଆୟୋଜନ କରିଛି ଉଜବେକିସ୍ତାନ। ଆସନ୍ତା ଥର ଭାରତ ଆୟୋଜନ କରିବ ସାଂଘାଇ କୋପରେସନ୍ ଅର୍ଗାନାଇଜେସନ୍ ସମ୍ମିଳନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.