ବାଗେଶ୍ବର ଧାମରେ ପହଞ୍ଚି ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, କ୍ୟାନସର ହସପିଟାଲର କଲେ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଗେଶ୍ବର ଧାମ ପହଞ୍ଚି କ୍ୟାନସର ହସପିଟାଲର ଶିଳାନ୍ୟାସ କରିଛନ୍ତି । ବାଲାଜୀ ମନ୍ଦିରର ଦର୍ଶନ କରି ପୂଜା କରିବା ପରେ ହସପିଟାଲର ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୋଦି କହିଲେ, ମହାକୁମ୍ଭ ମେଳା ଆମର ଏକ ପର୍ବ । ପ୍ରୟାଗରାଜରେ ଚାଲିଛି ଏକତାର ମହାକୁମ୍ଭ । ଏହି ସମୟରେ ମୋଦିଙ୍କ ସହିତ ବାଗେଶ୍ବର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ ।
ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ସ୍ଥିତ ବାଗେଶ୍ବର ଧାମରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନରେ ପହଞ୍ଚିଥିଲେ । ମଠର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବାଲାଜୀ ମନ୍ଦିରକୁ ନେଇ ଯାଇଥିଲେ । ଏଠାରେ ମୋଦି ପୂଜାର୍ଚ୍ଚନା କରି ପୁଷ୍ପ ଅର୍ପଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ମଞ୍ଚକୁ ଯାଇଥିଲେ । ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ସ୍ବାଗତ ଭାଷଣ ଦେବା ପରେ ବଟନ ଚିପି ବାଗେଶ୍ବର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିଥିଲେ ।
#WATCH | Chhatarpur, Madhya Pradesh | Bageshwar Dham Sarkar Acharya Dhirendra Krishna Shastri felicitates PM Modi as the PM arrives to lay the foundation stone for a 100-bed Cancer Hospital at Bageshwar Dham. pic.twitter.com/cacjp451OI
— ANI (@ANI) February 23, 2025
ଭାଷଣ ଦେଇ ମୋଦି କହିଥିଲେ, ବହୁତ କମ୍ ଦିନ ଭିତରେ ମୋତେ ଦ୍ବିତୀୟ ଥର ବୁନ୍ଦେଲଖଣ୍ଡକୁ ଆସିବାକୁ ସୌଭାଗ୍ୟ ମିଳିଛି । ଏଥର ସିଧାସଳଖ ବାଲାଜୀଙ୍କ ଡକରା ଆସିଛି । ହନୁମାନଙ୍କ କୃପାରୁ ଆସ୍ଥାର ଏହି କେନ୍ଦ୍ର ଆରୋଗ୍ୟ କେନ୍ଦ୍ର ହେବାକୁ ଯାଉଛି । ମୁଁ ଏଠାରେ ବାଗେଶ୍ବର ଧାମ କ୍ୟାନସର ଚିକିତ୍ସା ଏବଂ ବିଜ୍ଞାନ ଅନୁସନ୍ଧାନ ସଂସ୍ଥାର ଭୂମିପୂଜନ କରିଛି । ଏହା ୧୦ ଏକର ଜମିରେ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଶର୍ଯ୍ୟାର ସୁବିଧା ମିଳିବ । ଏଥିପାଇଁ ମୁଁ ବୁନ୍ଦେଲଖଣ୍ଡର ଲୋକଙ୍କୁ ଶୁଭେଚ୍ଛା ଜଣାଉଛି ।
Also Read : ମହାକୁମ୍ଭରେ ମହାଶିବରାତ୍ରୀ ବୁଡ଼ ପାଇଁ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼, ବିମାନ ଟିକେଟ ଆକାଶଛୁଆଁ