ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ଏନଡିଏ ୪ଶହ ସିଟରେ ହେବ ବିଜୟୀ

ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ଭୁବନେଶ୍ୱର : ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଏବେ ଯେଭଳି ପରିଶ୍ରମ କରୁଛନ୍ତି ସେମାନେ ଦୀର୍ଘ ଦିନ ବିରୋଧୀ ଦଳ ଭାବେ ରହିବେ ବୋଲି ସ୍ଥିର କରିଛନ୍ତି । ନିଜର ଦାୟିତ୍ବ ନିର୍ବାହ କରିବାରେ ବିରୋଧୀ ଦଳ ବିଫଳ । ଦେଶ ସବୁବେଳେ ଏକ ଶକ୍ତ ବିରୋଧୀ ଦଳ ଆବଶ୍ୟକ କରିଥାଏ।

ସେହିପରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଗୋଟିଏ ଉତ୍ପାଦକୁ ବାରମ୍ବାର ଲଞ୍ଚ କରିବାକୁ ଯାଇ କଂଗ୍ରେସର ଦୋକାନରେ ତାଲା ଲଗାଇବା ସମୟ ଆସିଗଲାଣି । କଂଗ୍ରେସର ମାନସିକତାରୁ ଦେଶ କ୍ଷତିଗ୍ରସ୍ତ ହୋଇଛି । ଏଥିସହ ତୃତୀୟ ଥର ପୂର୍ଣ୍ଣ ବହୁମତ ସହ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦି । ସେ କହିଛନ୍ତି, ନିର୍ବାଚନକୁ ଆଉ ମାତ୍ର ଶହେରୁ୧୨୫ଦିନ ରହିଛି। ଦେଶର ମୁଡ ଯେଭଳି ଅଛି ଏନଡିଏ ୪ଶହ ସିଟରେ ବିଜୟୀ ହେବ। ବିଜେପି ନିଶ୍ଚିତ ଭାବେ ୩୭୦ ଆସନ ଜିତିବ । ତୃତୀୟ ପାଳିରେ ବୃହତ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।