୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି, ୭୨ ଘଣ୍ଟିଆ ଫର୍ମୂଲା ସମ୍ପର୍କରେ ଦେଲେ ସୂଚନା

ଦେଶରେ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ସୁସ୍ଥତା ହାର । ଏହି କାରଣରୁ ଆକ୍ଟିଭ କେଶ ବି ଖସିବାରେ ଲାଗିଛି । ୭୨ ଘଣ୍ଟା ଭିତରେ ପଜିଟିଭ୍‌ କେସ୍‌ ଚିହ୍ନଟ ହେଲେ ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଜି କରୋନା ସ୍ଥିତି ସମ୍ପର୍କରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୭୨ ଘଣ୍ଟାର ଫର୍ମୂଲା ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବେକାବୁ କରୋନା ଉପରେ ରୋକ ଲଗାଇବାକୁ ହେଲେ ୭୨ ଘଣ୍ଟିଆ ଫର୍ମୂଲା ଉପରେ ଧ୍ୟାନ ଦେବାକୁ ପଡ଼ିବ । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ୭୨ ଘଣ୍ଟା ଭିତରେ ଟେଷ୍ଟିଂ କରିବା ଜରୁରୀ ।

ମୋଦି କହିଛନ୍ତି, ସମୟ ବଢ଼ିବା ସହ ଏହି ଭୟଙ୍କର ମହାମାରୀ ମଧ୍ୟ ନିଜ ରୂପ ବଦଳାଇ ବାରେ ଲାଗିଛି । ଶ୍ରୀ ମୋଦି ତେଲେଙ୍ଗାନା, ବିହାର ଓ ଗୁଜରାଟ ଆଦି ରାଜ୍ୟରେ ଟେଷ୍ଟିଂକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ୧୦ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ | ଆଜି ସକାଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.