ଓଡ଼ିଶା ରେଳ ଦୁର୍ଘଟଣା : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆସନ୍ତାକାଲି ଆସିପାରନ୍ତି ଭୁବନେଶ୍ୱର, ଘଟଣାସ୍ଥଳରୁ ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ ଫୋନ୍‌

ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାହାନଗା ରେଲ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିଥିଲେ । ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତଙ୍କ ସ୍ୱାସ୍ଥ୍ୟାବସ୍ତା ମଧ୍ୟ ବୁଝିଥିଲେ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାହାନଗା ରେଲ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିଥିଲେ । ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତଙ୍କ ସ୍ୱାସ୍ଥ୍ୟାବସ୍ତା ମଧ୍ୟ ବୁଝିଥିଲେ । ଦୁର୍ଘଟଣାସ୍ଥଳରୁ ପିଏମ ମୋଦୀ ଫୋନ ଯୋଗେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ କ୍ୟାବିନେଟ ସଚିବଙ୍କ ସହ ଉନ୍ନତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ କଥା ମଧ୍ୟ ହୋଇଥିବା ଦେଖାଯାଇଥିଲା ।

ପିଏମ୍‌ ମୋଦୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସ ଓ କଟକ ବଡ଼ ମେଡିକାଲ ପରିଦର୍ଶନରେ ଆସିପାରନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଦୁର୍ଘଟଣାସ୍ଥଳରୁ ପିଏମ ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଯେପରି ଆହତଙ୍କୁ ଉନ୍ନତମାନର ଚିକିତ୍ସା ଦିଆଯାଇ ପାରିବ । ଏହାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବାର ଅଛି ବୋଲି ଏକ ସୂତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.