ଗର୍ଭରେ ବଢ଼ୁଥିବା ଭ୍ରୁଣର ୯୦ ସେକେଣ୍ଡରେ ହେଲା ହାର୍ଟ ଅପରେସନ୍, ଦିଲ୍ଲୀ ଏମ୍ସର ଡାକ୍ତରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ଏମ୍ସର ଡାକ୍ତରମାନେ ଜଣେ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଭ୍ରୁଣର ହାର୍ଟକୁ ମାତ୍ର ୯୦ ସେକେଣ୍ଡରେ ଠିକ୍ କରି ଦେଇଛନ୍ତି। ଅଙ୍ଗୁର ଆକାରର ହାର୍ଟର ସଫଳ ଅପରେସନ୍ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଏହି ସଫଳ ଅସ୍ତ୍ରୋପଚାରରେ ଖୁସି ବ୍ୟକ୍ତ କରି ଏମ୍ସ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି।

ଦିଲ୍ଲୀ ଏମ୍ସର ଡାକ୍ତର ଜଣେ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଭ୍ରୁଣର ହାର୍ଟକୁ ମାତ୍ର ୯୦ ସେକେଣ୍ଡରେ ଠିକ୍ କରି ଦେଇଛନ୍ତି। ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କ ପେଟରେ ଛୁଞ୍ଚି ପୂରାଇ ଡାକ୍ତରମାନେ ଗର୍ଭସ୍ଥ ଭ୍ରୁଣର ହାର୍ଟର ପ୍ରୋସିଜର କରି ଭଲ୍ଭର ଅବରୋଧକୁ ହଟାଇଛନ୍ତି।
ଦିଲ୍ଲୀର କାର୍ଡିଓଥୋରେସିକ୍ ସାଇନ୍ସେସ୍ ସେଣ୍ଟରରେ ଅଙ୍ଗୁର ଆକାରର ହାର୍ଟର ସଫଳ ଅପରେସନ କରାଯାଇଥିଲା। ଏହି ଅପରେସନ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଏମ୍ସ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଏହି ବିରଳ ଅପରେସନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ବୁଧବାର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ସଫଳ ଅସ୍ତ୍ରୋପଚାରରେ ଖୁସି ବ୍ୟକ୍ତ କରି ଏମ୍ସ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍ କରି କହିଛନ୍ତି ଯେ ଦେଶକୁ ନିଜର ଡାକ୍ତରମାନଙ୍କର ନିପୁଣତା ଏବଂ ନବାଚାର ଉପରେ ଗର୍ବ ରହିଛି। ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ଟ୍ୱିଟକୁ ରିଟ୍ୱିଟ କରି ଏହା କହିଛନ୍ତି।

ମନସୁଖ ମାଣ୍ଡଭିୟା ଟ୍ୱିଟ୍ କରି କହିଛନ୍ତି, ‘୯୦ ସେକେଣ୍ଡରେ ଅଙ୍ଗୁର ଆକାରର ଏକ ଭ୍ରୁଣର ସଫଳ ହାର୍ଟ ଅସ୍ତ୍ରୋପଚାର କରିଥିବାରୁ ମୁଁ @AIIMS_NewDelhiର ଡାକ୍ତର ଦଳକୁ ଅଭିନନ୍ଦନ ଜଣାଉଛି। ପିଲା ଓ ମାଆର ମଙ୍ଗଳ ପାଇଁ ମୋର ପ୍ରାର୍ଥନା’।
କହି ରଖୁଛୁ, ୨୮ ବର୍ଷୀୟା ଏହି ମହିଳା ପୂର୍ବରୁ ତିନିଥର ଗର୍ଭବତୀ ହୋଇଥିଲେ, କିନ୍ତୁ ପ୍ରତ୍ୟେକ ଥର ତାଙ୍କ ଗର୍ଭସ୍ଥ ଶିଶୁର ହାର୍ଟ ସମସ୍ୟା ରହୁଥିଲା ଏବଂ ସେମାନଙ୍କୁ ବଞ୍ଚାଯାଇ ପାରି ନ ଥିଲା। ଏଥର ଡାକ୍ତରମାନେ ଶିଶୁର ଅବସ୍ଥା ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଜଣାଇ ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାମୀ ଓ ସ୍ତ୍ରୀ ଏହି ଅପରେସନ ପାଇଁ ରାଜି ହୋଇଥିଲେ।
View this post on Instagram
video courtesy: india today