ଐତିହାସିକ ରୋପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ-ଏହା ଏକ ବିଶେଷ ମୁହୂର୍ତ୍ତ

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ତଥା ଅଲମ୍ପିକ ଚାମ୍ପିୟନ୍‌ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂରା ଦେଶ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ଆମେରିକାର ୟୁଜିନ୍‌ରେ ଚାଲିଥିବା ବିଶ୍ୱ ଚାମ୍ପିୟନ୍‌ସିପ୍‌ରେ ଜାଭେଲିନ୍‌ ଥ୍ରୋରେ ୮୮.୧୩ ମିଟର ଥ୍ରୋ କରି ରୂପା ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ବିଶ୍ୱ ଚାମ୍ପିୟନ୍‌ସିପ୍‌ରେ ଏକମାତ୍ର ପଦକ ୨୦୦୩ରେ ପ୍ୟାରିସରେ ଅଞ୍ଜୁ ବବି ଜର୍ଜ ଲମ୍ବା କୁଦାରେ କାଂସ୍ୟ ଜିତିଥିଲେ। ନୀରଜ ଚୋପ୍ରା ଗତ ବର୍ଷ ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ ଓ ଅଭିନବ ବିନ୍ଦ୍ରାଙ୍କ ପରେ ଅଲମ୍ପିକରେ ସ୍ୱର୍ଣ୍ଣ ଜିତିଥିବା ଦ୍ୱିତୀୟ ଭାରତୀୟ ବନିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି, ଆମର ସବୁଠୁ ପ୍ରତିଷ୍ଠିତ ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ଜଣଙ୍କର ବଡ଼ ଉପଲବ୍ଧି! World Championships ରେ ଐତିହାସିକ ରୋପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଶୁଭକାମନା। ଏହା ଭାରତୀୟ ଖେଳ ପାଇଁ ଏକ ଖାସ୍‌ ସମୟ। ନୀରଜଙ୍କୁ ତାଙ୍କ ଆଗାମୀ ଉଦ୍ୟମ ପାଇଁ ଶୁଭକାମନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବ ଅଲମ୍ପିକ ବିଜେତା ଅଭିନବ ବିନ୍ଦ୍ରା, ପିଟି ଉଷା, ପହିଲିମାନ ବଜରଙ୍ଗ ପୁନିଆ, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଇନ୍‌ ମନ୍ତ୍ରୀ କିରନ୍‌ ରିଜ୍‌ଜୁ, ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ ପକ୍ଷରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Also Read: ଏ ସପ୍ତାହର ଭାଗ୍ୟଫଳ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.