ଆତ୍ମନିର୍ଭରଶୀଳ ଭାରତ ନେଇ ପଞ୍ଚସୂତ୍ରୀ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ

କେନ୍ଯୁଜ୍: ଟ୍ରାକକୁ ଫେରିବ ଭାରତର ଆର୍ଥିକ ଅଭିବୃଦ୍ଧି । ଆତ୍ମନିର୍ଭରଶୀଳ ଭାରତ ନେଇ ପଞ୍ଚସୂତ୍ରୀ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଏନେଇ ଦେଶରେ ଅର୍ଥବ୍ୟବସ୍ଥା ସୁଧାରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ଆଜି ସିଆଇଆଇର ବାର୍ଷିକ ସମ୍ମିଳନୀରେ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସିଆଇଆଇକୁ ଆର୍ଥିକ ସହଯୋଗ ଯୋଗାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇବେ । ଏହାସହ ଟ୍ରାକକୁ ଫେରିବ ଭାରତର ଆର୍ଥିକ ଅଭିବୃଦ୍ଧି ।

ModiSpeechରିପୋର୍ଟ ଅନୁଯାୟୀ ଶିଳ୍ପପତିଙ୍କୁ ମୋଦି ପ୍ରତିଶ୍ରୁତି ଦେଇଛନ୍ତି, ଆଗକୁ ବଢ଼ନ୍ତୁ ସାଙ୍ଗରେ ସରକାର ଅଛନ୍ତି । MSME ଦେଶ ପାଇଁ ଇଞ୍ଜିନ ସଦୃଶ । MSMEର ନୂଆ ପରିଭାଷା ପ୍ରସ୍ତୁତ ହୋଇଛି । ଦେଶର GDPରେ MSMEର ବଡ଼ ଯୋଗଦାନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଅର୍ଥବ୍ୟବସ୍ଥା ପୁଣି ପୂର୍ବ ସ୍ଥିତିକୁ ଫେରିବ । CIIକୁ ନୂଆ ଭୂମିକା ସହ ଆଗେଇବାକୁ ପଡ଼ିବ । ଆପଣ ୨ ପାଦ ଚାଲନ୍ତୁ, ସରକାର ୪ ପାଦ ଚାଲିବେ ବୋଲି ଶିଳ୍ପପତିଙ୍କୁ କହିଛନ୍ତି ମୋଦି । ଆମେ ଆଉ ଥରେ ବିକାଶକୁ ହାସଲ କରିବା । ୭୪ କୋଟି ଲୋକଙ୍କ ପାଖରେ ରାସନ ପହଞ୍ଚିଛି । ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମାଗଣା ରାସନ ଦିଆଯାଉଛି । ସରକାର କୃଷକଙ୍କୁ ତାଙ୍କ ଅଧିକାର ଦେଇଛନ୍ତି । ରୋଜଗାର ବୃଦ୍ଧି ପାଇଁ ଶ୍ରମ ସୁଧାର କରାଯାଉଛି। ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ନିଶ୍ଚୟ ପୂରା ହେବ । ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ନିଶ୍ଚୟ ପୂରା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.